ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଝଂଜାବତୀ ମହିଳା ୱାକର୍ସ କ୍ଳବ ରାୟଗଡାର ସମସ୍ତ ସଦସ୍ୟାମାନେ ଛାତ୍ରଛାତ୍ରୀମାନଙ୍କ ଗହଣରେ ୭୭ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । କ୍ଳବ ପକ୍ଷରୁ ରାୟଗଡା ଜିଲ୍ଳା ସଦର ବ୍ଳକ ଅର୍ନ୍ତଗତ ହାଲୁଆ ଗ୍ରାମ ପଂଚାୟତର ବାରିଝୋଲା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ,ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । କ୍ଳବ ଉପଦେଷ୍ଠା ଡ.ଦୁଷ୍ମନ୍ତ କୁମାର ମହାନ୍ତି ଏବଂ ରାୟଗଡା ୱାକର୍ସ କ୍ଳବ ସଭାପତି ୱାକର୍ସ ଶଙ୍କର୍ଷଣ ମଙ୍ଗରାଜ ବିଚାରକ ଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କ ଚିତ୍ରାଙ୍କନରେ ମୂଲ୍ୟାଙ୍କନ କରିଥିଲେ । ରାୟଗଡା ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଝଂଜାବତୀ ମହିଳା ୱାକର୍ସ କ୍ଳବ ପକ୍ଷରୁ ବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀ ଗୃହ ନିମନ୍ତେ ୨ଟି ସିଲିଂ ଫେନ୍ ସହ ଗୋଟିଏ ଲେଖାଁଏ ଡଷ୍ଟବିନ୍ ଦାନ ଆକାରରେ ପ୍ରଦାନ କରାଯାଇଥିବା ବେଳେ ସଦସ୍ୟାମାନେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ ଓ ବିସ୍କୁଟ ବଂଟନ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ କ୍ଳବ ସଭାପତି ୱାକର୍ସ ଅରୁଣା ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଂପାଦିକା ରଶ୍ମିତା ପଣ୍ଡା, ନମିତା ପାଢୀ, ଉପସଭାପତି ୱାକର୍ସ ସେନାପତି ସନ୍ତୋଷୀ ଓ ସୁଜାତା ମାଦଳା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।