ଚାହୁଁ ଚାହୁଁ ଭୁଶୁଡି ଗଲା ୫୦ ଫୁଟ ଲମ୍ବ ବୈତରଣୀ ନଦୀବନ୍ଧ

ଓଡିଆ ବାର୍ତ୍ତା/ ଯାଜପୁର (ବିରଞ୍ଚି ନାରାୟଣ ପତ୍ରୀ): ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ କମାରଡିହି ପଂଚାୟତ ବଳରାମପୁର ଠାରେ  ପୁଣି ଧସିଲା ବୈତରଣୀ ନଦୀବନ୍ଧ। ଚାହୁଁ ଚାହୁଁ ଭୁଶୁଡିଗଲା ୫୦ ଫୁଟ ଲମ୍ବର ନଦୀ ବନ୍ଧ।  ଆଜି ସକାଳୁ ଏହି ନଦୀ ବନ୍ଧ ଧସୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ଜଳସମ୍ପଦ ବିଭାଗ ପକ୍ଷରୁ ଏହି ନଦୀ ବନ୍ଧ ନିର୍ମାଣ କାମ ଆରମ୍ଭ ହୋଇଥିଲା। କାମ ଚାଲିଥିବା ସମୟରେ ନିମ୍ନମାନର କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। କିନ୍ତୁ ଜଳ ସମ୍ପଦ ବିଭାଗ ଏଥିପ୍ରତି କର୍ଣ୍ଣପାତ କରି ନ ଥିଲା। ଯାହାର ଫଳ ଆଜି ଦେଖିବାକୁ ମିଳିଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି। ସୂଚନାଥାଉ କି ଚଳିତବର୍ଷ ୧୩ କୋଟି ଟଙ୍କା ଖର୍ଚ୍ଚ କରି ନଦୀବନ୍ଧ ମରାମତି କରିଥିଲା ଜଳସମ୍ପଦ ବିଭାଗ। ହେଲେ ଠିକ ବନ୍ୟା ସମୟରେ ଏହି ବନ୍ଧ ଧସି ଯାଇଛି। ବନ୍ଧ ଭୁଶୁଡିବା ଯୋଗୁ କଡରେ ଲାଗିଥିବା ବଡ ବଡ ଗଛ ସବୁ ଉପୁଡି ନଦୀ ଗର୍ଭରେ ପଡିଛି। ଏପରିକି ନଦୀ ପାର୍ଶ୍ୱରେ ଥିବା ପଥର ମଧ୍ୟ ଧସି ନଦୀରେ ଭାସି ଯାଇଛି। ତୁରନ୍ତ ଏହି ନଦୀ ବନ୍ଧ ମରାମତି କରାଯିବା ସହ ନିମ୍ନମାନର କାମ କରି ଅର୍ଥ ହଡପ କରିଥିବା ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.