ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ମହକୁମାର ଗାୟତ୍ରୀ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ୭୭ତମ ସ୍ୱାଧୀନତା ଦିବସ ବିଧିବଦ୍ଧ ଭାବେ ପାଳନ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ହରିଶ୍ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ବିଦ୍ୟାଳୟର ସଂପାଦକ ଡ.ସୁନୀଲ ପ୍ରସାଦ ମହାପାତ୍ର ଓ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଧୀର କୁମାର ନେଗୀ ଉପସ୍ଥିତ ରହିଥିଲେ । ବନ୍ଦନା ପରେ ପ୍ରାତଃ ୭ଘ.୧୫ମିନିଟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରିଥିଲେ । ବିଦ୍ୟାଳୟର ଶିଶୁ ଭାଇଭଉଣୀମାନେ ଜାତୀୟ ସଂଗୀତ ଗାନ କରିବା ସହ ମହାପୁରୁଷଙ୍କର ନାରା ଦେଇଥିଲେ । ବିଦ୍ୟାଳୟର ସଂପାଦକ ଶ୍ରୀ ମହାପାତ୍ର ଶିଶୁ ଭାଇଭଉଣୀଙ୍କୁ ଉଦବୋଧନ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ନେଗୀ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନଙ୍କୁ ଘୋଷ ମାଧ୍ୟମରେ ସ୍ୱାଗତ କରାଯାଇଥିଲା । ଶେଷରେ ରାଷ୍ଟ୍ରଗୀତ ବୋଲାଯାଇ କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା । ବିଦ୍ୟାଳୟର ପରିଚାଳନା ସମିତି ସଦସ୍ୟ, ପ୍ରଧାନ ଆଚାର୍ଯ୍ୟ, ସମସ୍ତ ଆଚାର୍ଯ୍ୟଆଚାର୍ଯ୍ୟା, ଶିଶୁ ଭାଇଭଉଣୀଙ୍କ ନିଷ୍ପାପର ଯୋଗୁଁ କାର୍ଯ୍ୟକ୍ରମଟି ସଫଳ ହୋଇଥିବା ସଂପାଦକ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ ।