ନ୍ୟୁୟର୍କରେ ବ୍ୟାନ୍ ହେଲା ଭିଡିଓ ଆପ୍ ଟିକ୍ ଟକ୍, ସୁରକ୍ଷା ଦୃଷ୍ଟିରୁ ନିଆଗଲା ନିଷ୍ପତ୍ତି

ଓଡ଼ିଆ ବାର୍ତ୍ତା/ ନ୍ୟୁୟର୍କ: ପୁଣି ବ୍ୟାନ ହେଲା ଚାଇନା ଆପ୍ ଟିକ୍ ଟକ୍ । ନ୍ୟୁୟର୍କରେ ବ୍ୟାନ ହୋଇଛି ଟିକ୍ଟକ୍ ସଟ ଭିଡିଓ ଆପ ଟିକଟକକୁ ବ୍ୟାନ କରିଛନ୍ତ ନ୍ୟୁୟର୍କ ସିଟି କର୍ତ୍ତୃପକ୍ଷ ସୁରକ୍ଷା କାରଣରୁ ଟିକ୍ଟକ୍ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାରୀ । ପୂର୍ବରୁ ଆମେରିକାର ଏକାଧିକ ଷ୍ଟେଟ ଟିକ୍ ଟକ୍ ବ୍ୟାନ କରିଥିଲା ଚାଇନା କମ୍ପାନୀ ବାଇଟଡ୍ୟାନ୍ସ ତଥ୍ୟ ଲିକ କରିବା ଆଶଙ୍କାରେ ନ୍ୟୁୟର୍କ ସିଟି କର୍ତ୍ତୃପକ୍ଷ ଟିକ୍ ଟକ୍ ଆପ୍ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଥିବା ନ୍ୟୁୟର୍କ ଟାଇମ୍ସରୁ ସୂଚନା ମିଳିଛି ଚୀନ କମ୍ପାନୀ ବାଇଟଡ୍ୟାନ୍ସ ତଥ୍ୟ ଲିକ ସନ୍ଦେହରେ ସରକାରୀ ଅଫିସିଆଲଙ୍କ ଫୋନରେ ଏହି ଆପ୍କୁ ବ୍ୟାନ କରାଯାଇଛି ମେୟର ଏରିକ ଆଡମସ ମୁଖପାତ୍ର ଜୋନ ଏଲୋନ ଏକ ବିବୃତ୍ତିରେ କହିଛନ୍ତି, ନ୍ୟୁୟର୍କ ସିଟିରେ ଟେକ୍ନିକାଲ ନେଟୱାର୍କ ସୁରକ୍ଷାରେ ବିପଦ ସୃଷ୍ଟି ହୋଇଛି ସିଟି କର୍ତ୍ତୃପକ୍ଷ ଏବଂ କର୍ମଚାରୀମାନେ ୩୦ ଦିନ ମଧ୍ୟରେ ନିଜ ଫୋନରୁ ଆପ୍ ହଟାଇବାକୁ ନିଷ୍ପତ୍ତି ହୋଇଛି  ପ୍ରକାଶ ଥାଉ କି, ପୂର୍ବରୁ ମାର୍ଚ୍ଚ ମାସରେ ସୁରକ୍ଷା ଚିନ୍ତା ଦର୍ଶାଇ ସଂସଦରେ ଟିକଟକ ବ୍ୟବହାର ବନ୍ଦ କରିଥିଲେ ବ୍ରିଟେନ ସରକାରକୌଣସି ସାଂସଦଙ୍କ ଫୋନରେ ଚୀନ ଟିକ୍ ଟକ୍ ଆପ୍ ରହିବ ନାହିଁ ବୋଲି କହିଥିଲେବ୍ରିଟେନ ସାଂସଦଙ୍କୁ ଟିକ୍ ଟକ୍ ମନା ହୋଇଥିଲାସୁରକ୍ଷା ଦୃଷ୍ଟିରୁ ବ୍ରିଟେନ ପାର୍ଲାମେଣ୍ଟ ଏହି ଆପ୍ ଉପରେ ବ୍ୟାନ ଲଗାଇଥିଲେପରବର୍ତ୍ତୀ ସମୟରେ ସରକାରୀ ଡିଭାଇସରୁ ଏହି ଆପ ହଟିଥିଲାସେହିପରି ଭାରତ ଗୋପନୀୟତା ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରି ଟିକ୍ ଟକ୍ ଆପକୁ ବ୍ୟାନ କରିଥିଲା । ଟିକ୍ ଟକ୍ ସମେତ ୫୯ଟି ଚାଇନା ମୋବାଇଲ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଭାରତ ସରକାରଭାରତରେ ଟିକ୍ ଟକ୍ ସମେତ ୫୯ ଆପ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ବିଲିୟନ କ୍ଷତି ସହିଥିଲା ଚାଇନାର ଏକ କମ୍ପାନୀଭାରତ ପରେ ଆମେରିକା ଟିକ୍ ଟକ୍ ବ୍ୟାନ କରିବା ନେଇ ଚର୍ଚ୍ଚା ହେଉଥିଲାଏହା ଛଡା ଚୀନ ଆମେରିକା ମଧ୍ୟରେ ବିବାଦ ବଢୁଥିବାରୁ ଟିକ୍ ଟକ୍ ବ୍ୟାନ କରିବାକୁ ବାଇଡେନ ସରକାର ଚୀନକୁ ସିଧା ସିଧା କହିଥିବା ଖବର ପ୍ରକାଶ ପାଇଥିଲାଆପ୍ମାଧ୍ୟମରେ ବ୍ୟବହାରକାରୀଙ୍କ ଡାଟା ଚାଇନା ସରକାରଙ୍କୁ ପଠାଯାଉଥିବା ଅଭିଯୋଗ କରିଥିଲା ଆମେରିକା

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.