ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଛାତ୍ରୀଙ୍କ ଦ୍ୱାରା ସ୍ୱାଧୀନତା ଦିବସ ଅବସରରେ ଗ୍ରିଟିଂଗ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ ଏକ ଅଭିନବ ଢଙ୍ଗରେ ସମାଜକୁ ସ୍ୱାଧୀନତା ର ବାର୍ତ୍ତା ପହଞ୍ଚାଇ ଥିଲେ ଛାତ୍ରୀ ମାନେ। ସମସ୍ତ ପ୍ରତିଯୋଗୀ ନିଜ ନିଜର ତିଆରି ଗ୍ରୀଟିଂଗ୍ସ ସବୁକୁ ନେଇ ଜ଼ିଲ୍ଲାପାଳ ଓ ଏଡିଏମଙ୍କୁ ସାକ୍ଷାତ କରି ପ୍ରଦର୍ଶନ କରି ତାଙ୍କ ଠାରୁ ପ୍ରଶଂସିତ ହୋଇଥିଲେ। ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର ଖେତୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କଲେଜ ଅଧ୍ୟକ୍ଷା ରିତା ରାଣୀ ପୂଜାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ସମସ୍ତ ଅଧ୍ୟାପକ କର୍ମଚାରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।