ପୁରୁଣା ୱାରେଣ୍ଟି ମାମଲାରେ ୨ ଗିରଫ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ପୁରୁଣା ୱାରେଣ୍ଟି ମାମଲାରେ ଜଡିତ ଥିବା ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ସଇଁତଲା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତମାନେ କୁମ୍ଭାରୀ ପଞ୍ଚାୟତ କାଲିକ୍ଷେତ ଗାଁର ଗୁନୁ କଠାର (୪୩) ଓ ବୈଶାଖୁ କଠାର (୪୩) ବୋଲି ଜଣାପଡିଛି। ପ୍ରକାଶ ଯେ, ଗତ ୨୦୨୧ ମସିହାରେ କୋଣସି ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ସେମାନେ ଥାନା କିମ୍ବା କୋର୍ଟ ଆଶ୍ରୟ ନେଇ ନ ଥିଲେ। ଫଳରେ ଗିରଫ ୱାରେଣ୍ଟି ଜାରୀ ହୋଇଥିଲା ବୋଲି ପୋଲିସ ପ୍ରକାଶ କରିଛି। ଥାନା ଆଇଆଇସି ଅବନୀ ସାହୁଙ୍କ ତତ୍ତ୍ୱବଧାନରେ ଏସଆଇ ସଂଗୀତା ବେକ ଏହି ମାମଲାର ତଦନ୍ତ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.