ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସଲବସପୁର କ୍ଲଷ୍ଟର ଅଧିନ ବୁଢୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୦୭ ଜଣ ଛାତ୍ରଛାତ୍ରୀଙ୍କୁ ଟ୍ରାକ ପେଣ୍ଟ, ଟି-ସାର୍ଟ ଓ ଟୋପି ବଣ୍ଟନ କରାଯାଇଛି। ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିବର୍ଷ ମାଗଣାରେ ସ୍କୁଲ ୟୁନିଫର୍ମ ଓ ଜୋତା ମୋଜା ଯୋଗାଇ ଆସୁଛନ୍ତି ଓଡ଼ିଶା ସରକାର। ଏହି ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେଉଥିବାବେଳେ ଚଳିତ ବର୍ଷ କ୍ରିଡାକୁ ମଧ୍ୟ ପ୍ରାଧାନ୍ୟ ଦେଇ ଛାତ୍ରଛାତ୍ରୀଙ୍କୁ ଟ୍ରାକ୍ ପ୍ୟାଣ୍ଟ୍, ଟି-ସାର୍ଟ ଓ ଟୋପି ଯୋଗାଇ ଦେଇଛନ୍ତି। ନର୍ଲା ବ୍ଲକର ପ୍ରାୟ ପ୍ରତ୍ୟେକ ବିଦ୍ୟାଳୟରେ ସ୍କୁଲ ୟୁନିଫର୍ମ ବିତରଣ ହୋଇ ସାରିଛି। ଏବେ ଛାତ୍ରଛାତ୍ରୀଙ୍କୁ ଟ୍ରାକ୍ ସୁଟ ବଣ୍ଟନ ଚାଲିଛି। ଏହି କ୍ରମରେ ବୁଢିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଟ୍ରାକ୍ ପ୍ୟାଣ୍ଟ୍ ଓ ଟି-ସାର୍ଟ ବଣ୍ଟନ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡୋଲେଶ୍ବର ସାହୁଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ସରୋଜିନୀ ବଗର୍ତ୍ତି, ସତ୍ୟଭାମା ପଣ୍ଡା, ଶିକ୍ଷକ ସ୍ଵରାଜ କୁମାର ସାମନ୍ତରାୟ ସହଯୋଗ କରିଥିଲେ। ଟ୍ରାକ୍ ପ୍ୟାଣ୍ଟ୍ ଓ ଟି-ସାର୍ଟ ପାଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଖୁସି ବ୍ୟକ୍ତ କରିଛନ୍ତି।