ଦୁଇ ବାଇକ ମୁହାଁ ମୁହିଁ : ଚୁଲାଭଟ ସମିତି ସଭ୍ୟାଙ୍କ ସ୍ୱାମୀ ମୃତ, ୫ ଗୁରୁତର

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ପତୋରା ପାଣି ଟାଙ୍କି ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇ ଜଣେ ମୃତ ଓ ଅନ୍ୟ ୫ ଜଣ ଗୁରୁତର ହୋଇ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି | ଏହି ଦୁଇ ବାଇକ ଧକ୍କାରେ ସାଇକଲ ଆରୋହୀ ମେହେତମ ହରିଜନ (୫୦) ଆହତ ହୋଇଛନ୍ତି l  ମୃତକ ଜଣକ ସଦର ନୂଆପଡା ବ୍ଲକର ଚୁଲାଭଟ ପଂଚାୟତ ସମିତିସଭ୍ୟା ଉର୍ବଶୀ ସାହୁଙ୍କ ର ସ୍ୱାମୀ ଜୟ ସାହୁ (୩୫) ବୋଲି ଜଣା ପଡ଼ିଛି | ଅନ୍ୟ ବାଇକ ଆରୋହୀ ମାନେ ହେଲେ କଲ୍ୟାଣପୁରର ସୋନୁ ସେଠ (୩୨), ଆମସେନା ପଂଚାୟତ  ଠେଲକୋବେଡାର ମୋହିତ ସତନାମୀ (୧୭), ଭାଗବତ ସତନାମୀ (୧୮), ପାଣ୍ଡ୍ରିପାଣିର ରାଜେଶ ମାଝୀ (୨୨) ବୋଲି ଜଣା ପଡିଛି | ଦୁର୍ଘଟଣା ସ୍ଥଳରେ ଧରମବନ୍ଧା ଇନଚାର୍ଜ ଆଇ.ଆଇ.ସି ବିନୋଦ ବିହାରୀ ସେଠୀ ନିଜ ଟିମ ସହିତ ପହଂଚି ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ | ତେବେ ମୋହିତ ସତନାମୀଙ୍କ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ତାଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.