‘ଇଣ୍ଡିଆ ମେଣ୍ଟ ସଶକ୍ତ ହେଉଥିବା ଦେଖି ଆତ୍ମବିଶ୍ୱାସ ହରାଇଲେଣି ସରକାର’

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଶୁକ୍ରବାର କହିଛନ୍ତି ଯେ ବିରୋଧୀ ମେଣ୍ଟ ମଜବୁତ ହେବା ଦ୍ୱାରା ସରକାର ‘ନର୍ଭସ୍’ ହୋଇଯାଉଛନ୍ତି। ଅର୍ଥାତ୍ ଡରିଗଲେଣି ବା ଭୟଭୀତ ହୋଇଗଲେଣି। ବିରୋଧୀ ଇଣ୍ଡିଆ ମେଣ୍ଟର ସହଯୋଗୀମାନେ ପ୍ରତିଶୋଧମୂଳକ ରାଜନୀତି ପାଇଁ ପ୍ରସ୍ତୁତ ରହିବା ଉଚିତ, କାରଣ ସେମାନଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରାଯିବ। ବିରୋଧୀ ଦଳ ବୈଠକରେ ଉଦବୋଧନ ଦେଇ ଖଡଗେ କହିଛନ୍ତି, ଗତ ନଅ ବର୍ଷ ମଧ୍ୟରେ ବିଜେପି ଏବଂ ଆରଏସଏସ ସାମ୍ପ୍ରଦାୟିକ ବିଷ ବିସ୍ତାର କରିଥିବା ଅଭିଯୋଗ ହୋଇଛି। ଏହାର ଉଦାହରଣ ଦେବାକୁ ଯାଇ ସେ କହିଛନ୍ତି, ଜଣେ ରେଳବାଇ ପୋଲିସ କନଷ୍ଟେବଳ ଟ୍ରେନରେ ଥିବା ଲୋକଙ୍କୁ ଗୁଳି କରି ହତ୍ୟା କରିବା ଏବଂ ମୁଜାଫରନଗର ସ୍କୁଲରେ ଜଣେ ଶିକ୍ଷକ ଛାତ୍ରମାନଙ୍କୁ ତାଙ୍କ ମୁସଲମାନ ସହପାଠୀଙ୍କୁ ତାଙ୍କ ହୋମଓ୍ୱାର୍କ ଶେଷ କରି ନଥିବାରୁ ଚାପୁଡ଼ା ମାରିବାକୁ କହିବା ଘଟଣା ଉପରେ ସେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି। ଖଡ଼ଗେ କହିଛନ୍ତି ଯେ ପାଟନା ଓ ବେଙ୍ଗାଲୁରୁରେ ଉଭୟ ବୈଠକର ସଫଳତାକୁ ପ୍ରଧାନମନ୍ତ୍ରୀ ମାପି ସାରିଲେଣି। ମୋଦୀ ଇଣ୍ଡିଆ ମେଣ୍ଟକୁ ଆକ୍ରମଣ କରିବା ସହ ଦେଶର ନାକୁ ଏକ ଆତଙ୍କବାଦୀ ସଙ୍ଗଠନ ଏବଂ ପରାଧୀନତାର ପ୍ରତୀକ ସହିତ ତୁଳନା କରିଛନ୍ତି। ଆଗାମୀ ଦିନରେ ଆହୁରି ଚଢାଉ ଓ ଗିରଫଦାରୀ ହୋଇପାରେ ଏଥିପାଇଁ ପ୍ରସ୍ତୁତ ରହିବା ଉଚିତ ଏହି ସରକାରଙ୍କ ହୀନ ରାଜନୀତି ହେବ। ଯଦି ହେବ ଏହା ଆମ ମେଣ୍ଟକୁ ସେତେ ଅଧିକ ଲାଭ ମିଳିବ, ବିଜେପି ସରକାର ଆମ ନେତାଙ୍କ ବିରୋଧରେ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.