ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ଅନାଥ ଦୁଇ ଝିଅଙ୍କୁ ସାଇକେଲ ପ୍ରଦାନ କଲେ ଧର୍ମଗଡ ବିଧାୟକ ମୌଷଧି ବାଗ। ଅନାଥ ଝିଅଙ୍କ ପାଠ ପଢିବାରେ ବାଧକ ସାଜିଥିଲା ସାଇକେଲ। କିଛି ଦିନ ତଳେ ଗୋଲାମୁଣ୍ଡା ବ୍ଲକ ଖସିଗୁଡ଼ାର ଗୋଟିଏ ପରିବାରର ମୁଖ୍ୟଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ତେଣୁ ୩ ଝିଅ ଓ ପୁଅ ଅନାଥ ହୋଇଯାଇଥିଲେ। ତାଙ୍କ ଘରେ ରୋଜଗାରିଆ ଲୋକ ନଥିବାରୁ ଝିଅ ମାନଙ୍କୁ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଥିଲେ। ଦୁଇ ଝିଅ ତାଙ୍କର ପାଠ ପଢିବା ପାଇଁ ସାଇକେଲ ଦରକାର ବୋଲି କହିଥିବାରୁ ଜିଲ୍ଲା ଯୁବ ଯାଦବ ମହାସଭା କଳାହାଣ୍ଡିର ନେତୃମଣ୍ଡଳୀ ଧର୍ମଗଡ ବିଧାୟକ ମୌଷଧି ବାଗଙ୍କୁ କହିଥିଲେ। ଏହାପରେ ଆଜି ଧର୍ମଗଡ ବିଧାୟକ ଦୁଇ ଝିଅଙ୍କୁ ଦୁଇଟି ସାଇକେଲ ପ୍ରଦାନ କରିଛନ୍ତି। ସାଇକେଲ ପ୍ରଦାନ ସମୟରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଧର୍ମଗଡ ବିଜେଡି ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ଜିଲ୍ଲା ଯୁବ ଉପସଭାପତି ତ୍ରିଲକ୍ଷ୍ୟ ନାଏକ, ଧର୍ମଗଡ ବିଧାୟକଙ୍କ ପ୍ରତିନିଧି ସ୍ଵାଧୀନ କୁମାର ବାଗ, ଧର୍ମଗଡ ବ୍ଲକ ଯୁବ ସଭାପତି ଲବଣୀ ରାଉତ, ପ୍ରକାଶ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ।