ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁତଲା ଠାରେ ଏକ ସକ୍ରିୟ କର୍ମୀ ସମ୍ବିଳନୀ ଆୟୋଜିତ ହୋଇଯାଇଛି। ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଏଥିରେ ଯୋଗଦାନ କରି ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ଭାଇ ଭାଇଯାହାଫଳରେ ଲୋକମାନଙ୍କୁ ଉଭୟ ସରକାର ଭୂଆଁ ବୁଲାଇ ଶୋଷଣ କରୁଛନ୍ତି ବୋଲି କହିଥିଲେ। ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳକୁ ମଜଭୁତ କରିବା ପାଇଁ କର୍ମୀମାନଙ୍କୁ ଆହ୍ବାନ ଦେବାସହ ଏଥର ନିର୍ବାଚନରେ କଂଗ୍ରେସ ୯ ରୁ ୯୦ ହେବ ବୋଲି କହିଥିଲେ। ଏହି ସମାବେଶରେ ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ଯଜ୍ଞଶ୍ଵର ବାବୁ, ସୋନପୁରର ପୂର୍ବତନ ବିଧାୟକ ବିନୋଦ ପାତ୍ର, ପିପିସି ସଦସ୍ୟ ବିଧୁଭୂଷଣ ତ୍ରିପାଠୀ, ସୁମନ ବେହେରା, ଡମ୍ବରୁଧର ଛତ୍ରିଆ ଓ ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ, ଗୁଣସାଗର ମାଝୀ ପ୍ରମୁଖ ଉପସ୍ଥିତ ରହି ବିଜେଡି ସରକାରଙ୍କୁ କଡା ସମାଲୋଚନା କରିଥିଲେ। ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ସୁବ୍ରତ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।