ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ ବିଭାଗଙ୍କ ସହଯୋଗରେ ଚଳିତ ବର୍ଷ ପାଇଁ ୧୦୦୦୦ (ଦଶ ହଜାର) ବୃକ୍ଷ ରୋପଣ ପାଇଁ ଅଭିଯାନ ଜାରୀ ରହିଛି l ଏଠାରେ ପାରମ୍ପାରିକ ଜଙ୍ଗଲଜାତ ବୃକ୍ଷ ସହ ବିଭିନ୍ନ ଫଳ ବୃକ୍ଷ ମଧ୍ୟ ସାମିଲ କରାଯାଇଛି l ଆଜି ଉର୍ଲାଦନୀ ଗ୍ରାମପଞ୍ଚାୟତର ନାଗଝରି ଗ୍ରାମରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଭ୍ୟା ଓ ଉତେଇଲାହୁଲ ସେବା କୃଷକ ଉତ୍ପାଦକ କମ୍ପାନୀ ସଭ୍ୟମାନଙ୍କୁ ନେଇ ବୃକ୍ଷ ରୋପଣ କରାଯାଇଛି l ଏଥିର ସେବାଜଗତ ପ୍ରକଳ୍ପ ସଂଯୋଜକ ସମସ୍ତ ଯୋଗାଯୋଗ ଦାୟିତ୍ଵ ନେଇଥିବା ବେଳେ ଯୋଗିରାମ ମାଝୀ ସହଯୋଗ କରିଥିଲେ ।