ସଫା ହେଲା ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଚତୁର୍ପାଶ୍ୱ,

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଅନାବନା ବୃକ୍ଷଲତାର ଜଙ୍ଗଲୀ ବୁଦାରେ ଭରି ରହିଥିଲା ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର | ଫଳରେ ମଶା ଓ ସରୀସୃପର ଭୟ ମଧ୍ୟରେ କାର୍ଯ୍ୟ କରିବାକୁ ପଡୁଥିଲା ଉଭୟ ଅଧିକାରୀ ଓ କର୍ମଚାରୀମାନଙ୍କୁ | ଜିଲ୍ଲାରେ ଏବେ ଡେଙ୍ଗୁ ଓ ମ୍ୟାଲେରିଆ ଜ୍ଵର ଯେଉଁ ଭାବରେ ବଢ଼ି ଚାଲିଛି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ରାୟଗଡା ପୌର ପ୍ରଶାସନ ପକ୍ଷରୁ ନିଜ ଆଖପାଖ ତଥା ଚତୁର୍ପାଶ୍ୱକୁ ସଫା ସୁତୁରା ରଖିବା ପାଇଁ ସଚେତନ କରାଯାଉଛି |

ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଓ ଭାସ୍କର ରୋଇତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଜି ରବିବାର ଛୁଟି ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରି ଓ କର୍ମଚାରୀମାନେ କାର୍ଯ୍ୟାଳୟ ପରିସରକୁ ସଫା ସୁତୁରା କରିବା ପାଇଁ ନିଜ ଶ୍ରମ ଦାନ କରିଥିବା ଦେଖିବାକୁ ମିଳିଛି | ଉଭୟ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ନିଜେ ଶ୍ରମ ଦାନ କାର୍ଯ୍ୟାଳୟ ପରିସରରେ ଥିବା ଅନାବାଦୀ ବୃକ୍ଷଲତା ଓ ଆବର୍ଜନାଗୁଡିକକୁ ଦୀର୍ଘ ଦିନ ଧରି ସଫା କରାଯାଇ ନ ଥିବାରୁ କାର୍ଯ୍ୟାଳୟ ଚତୁର୍ପାଶ୍ୱରେ ଅପରିଷ୍କାର ଓ ଦୂଷିତ ପରିବେଶ ସୃଷ୍ଟି ହୋଇଥିଲା |

ଗାଁ ପରିମଳ ଧୋବା ତୁଠରୁ ଯେମିତି ଜଣାପଡ଼େ ସେହିପରି ଜିଲ୍ଲା ମୁଖ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ପରିମଳ ବ୍ୟବସ୍ଥା ଯଦି ସ୍ୱଚ୍ଛ ନ ଥାଏ ତେବେ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଜିଲ୍ଲାର କୋଣ ଅନୁକୋଣରୁ ଆସୁଥିବା ଜିଲ୍ଲାବାସୀ ହୁଅନ୍ତୁ କିମ୍ବା ରାଜଧାନୀରୁ ଆସୁଥିବା ନେତା, ମନ୍ତ୍ରୀ, ସଚିବମାନେ ମଧ୍ୟ ଜିଲ୍ଲାର ପରିମଳ ବ୍ୟବସ୍ଥା କୁ ବାରି ଦେଉଥୁବେ |

ତେବେ ପରିବେଶ ସ୍ଵଛ ରହିଲେ ସ୍ୱାସ୍ଥ୍ୟ ମଧ୍ୟ ସୁସ୍ଥ ରହେ ତେଣୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚତୁର୍ପାଶ୍ୱକୁ ସ୍ୱଚ୍ଛ ରଖିବା ଏଠାରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ୱ ରହିଥିବା ବେଳେ ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ସମେତ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତେ ନିଜ ନିଜ ଚତୁର୍ପାଶ୍ୱକୁ ସ୍ୱଚ୍ଛ ରଖିବା ଆବଶ୍ୟକ ବୋଲି ଉଭୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଏବଂ ରୋଇତ ପ୍ରକାଶ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.