‘କବିଙ୍କ ସାଧୁତା ସାଂପ୍ରତିକ ସମାଜର ଆଦର୍ଶ ହେଉ’

ଗଣ୍ତାବାହାଲିରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗଣ୍ତାବାହାଲି ମେହେର ସମାଜ ଆନୁକୂଲ୍ଯରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀ ସ୍ଥାନୀୟ କଲ୍ଯାଣ ମଣ୍ତପ ପରିସରରେ ରବିବାର ସମାରୋହରେ ପାଳନ କରାଯାଇଛି l ସମାଜର ସଭାପତି ମହେଶ୍ୱର ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଶିଷ୍ଟ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେର, ମୁଖ୍ଯବକ୍ତା ଭାବରେ ଅଧ୍ଯାପକ କନକ ବର୍ଦ୍ଧନ ସାହୁ ଏବଂ ସମ୍ମାନିତ ଅତିଥି ଭାବରେ ସିନାପାଲି ଗଙ୍ଗାଧର ସାରସ୍ୱତ ସମିତିର ସଭାପତି ତଥା ଯୁବ ଲେଖକ ବୈଷ୍ଣବ ମେହେର ଉପସ୍ଥିତ ରହି କବି ଗଙ୍ଗାଧରଙ୍କ ସୃଷ୍ଟି ଏବଂ ଜୀବନ ଶୈଳିରେ ଥିବା ସାଧୁତା ଆମ ସମସ୍ତଙ୍କ ଆଦର୍ଶ ହେଲେ ସମାଜରେ ସ୍ୱତଃ ସକରାତ୍ମକ ପରିବର୍ତ୍ତନ ହୋଇପାରିବ ବୋଲି ମତ ବ୍ଯକ୍ତ କରିଥିଲେ l ପ୍ରାରମ୍ଭରେ ଯୁବ ଅଧ୍ଯାପକ ଗୁପ୍ତେଶ୍ୱର ମେହେର ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ l ଏହା ପରେ କବିଙ୍କ ଫଟୋଚିତ୍ରରେ ମାଲ୍ଯାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ସ୍ଥାନୀୟ ହାଇସ୍କୁଲର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ l ଏହି ଅବସରରେ ସ୍ୱେଚ୍ଛାସେବୀ ରକ୍ତଦାତା ଥବୀର ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଡିସମ୍ବର ମେହେର ମାନପତ୍ର ପାଠ କରିଥିଲେ l ଏ ଅବସରରେ ଅଧ୍ଯାପକ କବି ଧୃବଚରଣ ପଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ଅଂଚଳର କବି କବୟିତ୍ରୀ ସ୍ବରଚିତ କବିତା ପାଠ କରିଥିଲେ l କାର୍ଯ୍ଯକ୍ରମରେ ଅଂଚଳର ଶତାଧିକ ସାହିତ୍ଯ ଓ ଗଙ୍ଗାଧର ପ୍ରେମୀ ଯୋଗ ଦେଇଥିବା ବେଳେ ଶେଷରେ ସମାଜର ସଂପାଦକ ନିରଞ୍ଜନ ମେହେର ଧନ୍ଯବାଦ ଦେଇଥିଲେ ା

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.