ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଝଂଜାବତୀ ମହିଳା ୱାକର୍ସ କ୍ଳବ ପକ୍ଷରୁ ଗୁରୁ ଦିବସ ପାଳିତ ହୋଇଯାଇଛି । କ୍ଳବ ସଭାପତି ୱାକର୍ସ ଅରୁଣା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗୁରୁ ଦିବସ ପାଳନ କାର୍ଯ୍ୟକ୍ରମରେ କ୍ଳବର ସଭ୍ୟା ତଥା ଶିକ୍ଷୟତ୍ରୀ ୱାକର୍ସ କଳ୍ପନା ପଣ୍ଡା,ସୁଜାତା ମାଦଳା,ଦିପ୍ତି ପଣ୍ଡା,ସଂଯୁକ୍ତା ମିଶ୍ର,ପ୍ରଶାନ୍ତି ସାହୁ,ମାନସୀ ପାଣିଗ୍ରାହୀ,ଅରୁଣା ଆଦବଲା,ଡଃ.ଅର୍ଚ୍ଚନା ପଟ୍ଟନାୟକ,ଲୋପାମୁଦ୍ରା ପାଣିଗ୍ରାହୀ ପ୍ରମୁଖଙ୍କୁ ସମ୍ମାନର ସହ ପୂଜା କରାଯାଇ ଉପହାର,ଫୁଲଗୁଚ୍ଛ ପ୍ରଦାନ କରାଯିବା ହସ ଗୀତ ଗାନ କରି ଭାଷଣ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ହୋଇଥିବା ସମସ୍ତ ସଭ୍ୟାମାନେ ସମାଜରେ ଶିକ୍ଷୟତ୍ରୀର ଭୂମିକାକୁ ନିର୍ବାହ କରି ଆଦର୍ଶ ଛାତ୍ର ଗଠନରେ ସହାୟକ ହୋଇପାରି ଥିବାରୁ କ୍ଳବ ସଭାପତି ଶ୍ରୀମତି ବେହେରା ଖୁସି ବ୍ୟକ୍ତ କରିଥିଲେ । ସମ୍ବର୍ଦ୍ଧିତ ସଭ୍ୟାମାନେ ନିଜ ନିଜ ଗୁରୁଙ୍କ ପାଇଁ ଥିବା ସମ୍ମାନ ଓ ଭକ୍ତି ତଥା ନିଜ ନିଜ ଦାୟିତ୍ୱ ଓ କର୍ତବ୍ୟ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଗୁରୁ ଦିବସ ପାଳନ ଅବସରରେ ଝଂଜାବତୀ ମହିଳା ୱାକର୍ସ କ୍ଳବର ସଂପାଦିକା ୱାକର୍ସ ରଶ୍ମିତା ପଣ୍ଡା,କୋଷାଧ୍ୟକ୍ଷା ନମିତା ପାଢୀ, ଉପସଭାପତି ସନ୍ତୋଷୀ ସେନାପତି ଏବଂ ସୁଜାତା ମାଦଳା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।