ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ ପାଳନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ଼ା ସହରର ଗାୟତ୍ରୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଆଜି ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା ସମିତିର କୋଷାଧ୍ୟକ୍ଷ ସଂଜିବ କୁମାର ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବିବିଧ କ୍ଷେତ୍ର ତଥା ଭାରତୀୟ ମଜଦୁର ସଂଘର ରାଜ୍ଯ ସଂପାଦକ ଯୋଗେଶ୍ଵର ଦାସ , ସମ୍ମାନୀୟ ଅତିଥି ଭାବେ ତଥା ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତିର ସଦସ୍ୟା ପ୍ରଣିତା ନାୟକ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଯୋଗେଶ୍ୱର ଦାସ ପ୍ରଦୀପ ପ୍ରଜ୍ବଳନ କରି ଉପସ୍ଥିତ ସମସ୍ତ ଶିଶୁ ଭାଇ ଭଉଣୀ ମାନଙ୍କୁ ଜନ୍ମାଷ୍ଟମୀ ଉତ୍ସବ ପାଳନର ମହତ୍ୱ ଉପରେ ମାର୍ଗଦର୍ଶନ କରିବା ସହିତ ଶିଶୁ ମାନଙ୍କ ମନରେ ଦେଶ ଭକ୍ତି ଭାବନାକୁ ଜୀବନର ଶ୍ରେୟ କରାଇବା ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖାରବିନ୍ଦରୁ ସଞ୍ଚାରିତ ଅମୃତ ଧାରା ପରି ଏହି ଭବ୍ୟ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଧିର କୁମାର ନେଗୀ ଉପସ୍ଥିତ ରହି ଅତିଥିମାନଙ୍କ ର ପରିଚୟ ପ୍ରଦାନ କରିଥିଲେ । ଉପସ୍ଥିତ ପରିଚାଳନା ସମିତିର କାର୍ଯ୍ୟକର୍ତ୍ତାମାନେ ନିଜ ବକ୍ତବ୍ୟରେ ଆଜିର ଉତ୍ସବର ମହତ୍ୱ ବିଷୟରେ ସମସ୍ତ ଶିଶୁ ଭାଇ ଭଉଣୀ ମାନଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ। ଉତ୍ସବରେ ଶିଶୁ ପ୍ରାରମ୍ଭ ,ଶିଶୁ ବୋଧ ଓ ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ କୃଷ୍ଣ ଵେଶରେ ଉପସ୍ଥିତରେ ଏକ ବର୍ଣ୍ଣାଢ୍ୟ ପରିବେଶ ସୃଷ୍ଟି ହୋଇଥିଲା। ପବିତ୍ର ବାତାବରଣ ମଧ୍ୟରେ ସମସ୍ତ କାର୍ଯ୍ୟ ସଂପାଦିତ ହୋଇଥିଲା। ଏହି ଉପଲକ୍ଷେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଆୟୋଜିତ ବିଭିନ୍ନ ସାଂସ୍କୃତିକ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ବେଶରେ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦାନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ , ଅଭିଭାବକ ଏବଂ ସମସ୍ତ ଗୁରୁଜୀ ଗୁରୁମା ମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଉପସ୍ଥିତ ସମସ୍ତ ଗୁରୁଜୀ ଗୁରୁମା ମାନେ ପରିଚାଳିତ କରିଥିଲେ।ଶେଷରେ ବିଦ୍ୟାଳୟ ଗୁରୁଜୀ ଶ୍ରୀକାନ୍ତ ରାଉତ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ, ଅତିଥି ଏବଂ ଅଭିଭାବକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.