ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ପାଳିଲେ ଗୁରୁ ଦିବସ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସମାଜକୁ ସାକ୍ଷାରତା କରିବା ଦିଗରେ ତଥା ଆଦର୍ଶ ମଣିଷ ଗଠନ କରୁଥିବା ଗୁରୁମାନେ ଆଜି ପାଳିଛନ୍ତି ଗୁରୁ ଦିବସ | ରାୟଗଡା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ପାଳିତ ହୋଇ ଯାଇଛି | ଏଥିରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୋଇତ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସର୍ବପଲ୍ଲୀ ରାଧା କ୍ରିଷ୍ଣନଙ୍କ ଫୋଟ ଚିତ୍ରରେ ଦୀପ ଧୂପ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ସଙ୍ଘ ପକ୍ଷରୁ ଜିଲ୍ଲାର ୪୦ ଜଣ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା | ସେହିପରି ସଙ୍ଘ ପକ୍ଷରୁ ଶିକ୍ଷକ ନରେଶ ଶୁଆଲସିଂ ଓ ଦୀପକ ରାଉତଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅତିଥି ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା | ରାୟଗଡା ଭଳି ଆଦିବାସୀ ଅଧୁଷିତ ଜିଲ୍ଲାରେ ଯେଉଁଠି ବିଗତ ବର୍ଷ ଗୁଡିକରେ ସାକ୍ଷରତା ହାର ବହୁତ କମ ଥିଲା ସେଠାରେ ଜିଲ୍ଲାରେ କାର୍ଯ୍ୟରତ ତଥା ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶ୍ରମ ଦାନ ଆଜି ଜିଲ୍ଲାକୁ ଏକ ସାକ୍ଷରତା ଜିଲ୍ଲା ଭାବେ ପରିଗଣିତ କରିପାରିଛି | ଏହି ଜିଲ୍ଲାରୁ ମଧ୍ୟ ଓଏସ ଅଧିକାରୀ ମାନେ ଉଦୟମାନ ହେଉଛନ୍ତି | ଗୁରୁମାନେ ସବୁବେଳେ ଆଦର୍ଶ ମଣିଷ ଗଠନ ଦିଗରେ କାମ କରି ଆସୁଛନ୍ତି | ଯୁଗ ଯୁଗରେ ସେ ପୂଜ୍ୟ ପୂଜା | ବିନା ଗୁରୁରେ କେହି ବି ସଫଳତା ଛୁଇଁ ପାରିବେ ନାହିଁ | ରାଷ୍ଟ୍ର ଗଠନରେ  ଏବଂ ଜଣେ ପିଲାଟିର ଆଦର୍ଶ ଚରିତ୍ର ଗଠନରେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ ବୋଲି ସମ୍ମାନିତ ଅତିଥି ଭାବେ ଯୋଗ  ଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି | ସେହିପରି ୩୦ ରୁ ୪୦ବର୍ଷ ତଳେ ଯେଉଁ ଶିକ୍ଷା ଦାନ ନୀତି ରହିଥିଲା ତାହା ଏବେ ନାହିଁ | ଶିକ୍ଷା ନୀତିରେ ସରକାର ବହୁତ ପରିବର୍ତନ ଆଣି ନୂତନ ଶିକ୍ଷା ନୀତିରେ ପିଲାଙ୍କୁ ପାଠପଢାରେ ବହୁତ ସୁବିଧା ଯୋଗାଇ ଦେଉଛନ୍ତି ଏବଂ ଗୁରୁ ତଥା ଶିକ୍ଷକମାନେ ମଧ୍ୟ ନିଜ ଦାୟିତ୍ୱକୁ ଆଜି ବି ସଠିକ ଭାବେ ତୁଲାଉ ଥିବାରୁ ଦେଶର ଭବିଷ୍ୟତ ଉଜ୍ବଳ ରହିଛି ବୋଲି ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୋଇତ ପ୍ରକାଶ କରିଥିଲେ | ତେବେ ଚାକିରୀ ଜୀବନରୁ ଅବସର ନେବା ପରେ ଜିଲ୍ଲା ଶିକ୍ଷକ ସଙ୍ଘ ତରଫରୁ ଗୁରୁ ଦିବସରେ ସମ୍ବର୍ଦ୍ଧିତ କରାଯାଇ ଥିବାରୁ ଚାକିରୀ ଜୀବନରେ ନିଜ ଦାୟିତ୍ୱ ଓ କର୍ତଵ୍ୟର ମୂଲ୍ୟ ପାଇ ପାରିଛୁ ବୋଲି ସମ୍ବର୍ଦ୍ଧିତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପ୍ରକାଶ କରିଛନ୍ତି | ଅନ୍ୟ ଅତିଥି ଙ୍କ ମଧ୍ୟରେ ରାୟଗଡା ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାସ ଯୋଗା ଦେଇଥିବା ବେଳେ ଶିକ୍ଷକ ନୀଳାଞ୍ଚଳ ମିଶ୍ର ମଞ୍ଚ ସଂଯୋଜନା କରିଥିବା ବେଳେ ସଙ୍ଘ ସଭାପତିଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.