ବହୁଭାଷୀ ଉହାପାକା ପ୍ରାଥମିକ ବିଦ୍ୟାଳୟ ଗୃହର ଶୋଚନୀୟ ଅବସ୍ଥା; ଅଘଟଣ ହେଲେ ଦାୟୀ କିଏ?

ବିପଦସଙ୍କୁଳ ଶ୍ରେଣୀ ଗୃହରେ ପାଠ ପଢୁଛନ୍ତି କୁନି କୁନି ପିଲା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟ ଗୁଡିକର ଭିତିଭୂମିକୁ ସୁଦୃଢ କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ରାୟଗଡା ଶିକ୍ଷା ଜିଲ୍ଳାରେ ଶୋଚନୀୟ ଅବସ୍ଥାରେ ପଡି ରହିଥିବା ବିଦ୍ୟାଳୟ ଗୁଡିକର ମରାମତି ତଥା ନୂତନ ଅତିରିକ୍ତ ଶ୍ରେଣୀ ଗୃହଗୁଡିକ ନିର୍ମାଣ ହେଉ ନ ଥିବାରୁ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶ୍ରେଣୀ ଗୃହ ଗୁଡିକରେ ପାଠ ପଢୁଛନ୍ତି କୁନି କୁନି ପିଲାମାନେ । ଯଦି କିଛି ଅଘଟଣ ହୁଏ ତେବେ କିଏ ଦାୟୀ ରହିବେ ବୋଲି ଅଭିଭାବକଙ୍କ ପ୍ରଶ୍ନ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଭଳି ଶୋଚନୀୟ ଅବସ୍ଥାରେ ଥିବା ଥିବା ବିଦ୍ୟାଳୟଟି ହେଉଛି ରାୟଗଡା ଜିଲ୍ଳା ସଦର ବ୍ଳକ ପିପଲଗୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଉହାପାକା ଗ୍ରାମର ବହୁଭାଷୀ ସରକାରୀ ପ୍ରାଥମିକ ବିଦ୍ୟାଳୟ । ୧୯୮୦ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ ଗୃହଗୁଡିକ ଏବେ ଜରାଜୀର୍ଣ୍ଣ ହେବାକୁ ବସିଲାଣି । ଏହାର କାନ୍ଥଗୁଡିକ ଫାଟି ଆଁ କରୁଥିବା ବେଳେ ଭାଙ୍ଗି ନଷ୍ଟ ହୋଇ ଯାଇଥିବା ଶ୍ରେଣୀଗୃହ ଟିଣ ଛାତ ଗୁଡିକରୁ ବର୍ଷା ହେଲେ ପାଣି ଗଳୁଛି ଏବଂ ରାସ୍ତା ଉପର ପାଣି ମଧ୍ୟ ଶ୍ରେଣୀ ଗୃହରେ ପଶି ଯାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

Udyog Nursery
Udyogi Nursery


ଏହି ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ମଧ୍ୟରେ ୧୬ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଜଣାବେଳେ ଅତିରିକ୍ତ ଶ୍ରେଣୀଗୃହ ନ ଥିବାରୁ ଗୋଟିଏ ରୁମରେ ହିଁ ବର୍ଷ ବର୍ଷ ଧରି ପ୍ରଥମରୁ ପଂଚମ ଶ୍ରେଣୀ ଯାଏଁ ପିଲାମାନେ ଏଠାରେ ଅଧ୍ୟୟନ କରୁଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାମେଶ୍ୱର ମେଲେକା ଓ ସହକାରୀ ଶିକ୍ଷୟତ୍ରୀ କେ.ବିଦ୍ୟୁତ୍ ପ୍ରଭା କିଲାକାଙ୍କ ସମେତ ଡାଙ୍ଗଲୋଡି କ୍ଳଷ୍ଟର ସିଆରସିସି ଜେ.ଗୋପୀ ମଧ୍ୟ ବିଦ୍ୟାଳୟର ଶୋଚନୀୟ ଅବସ୍ଥା ତଥା ସମସ୍ୟାକୁ ନେଇ ଏକାଧିକ ଥର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଳା ଶିକ୍ଷାଧିକାରୀଙ୍କ ପର୍ଯ୍ୟନ୍ତ ଅବଗତ କରାଇଥିଲେ ମଧ୍ୟ କୈାଣସି ସୁଫଳ ମିଳି ନ ଥିବା ପ୍ରକାଶ କରିଛନ୍ତି । ଏପରିିକି ସ୍ଥାନୀୟ ସରପଂଚ ମଧ୍ୟ ଉକ୍ତ ବିଦ୍ୟାଳୟ ପରିଦର୍ଶନ କରି ଏହାର ମରାମତି ଓ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ଦାବି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.