ଜେକେ କାଗଜ କଳର ରାଜ୍ୟସ୍ତରୀୟ ସମନ୍ୱିତ କୃଷି ପ୍ରଶିକ୍ଷଣ ଓ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଓଡିଶା ସରକାରଙ୍କ ଦ୍ୱାରା କୋରାପୁଟ, ରାୟଗଡା ଓ ଗଜପତି ଭଳି ଚାରୋଟି ଜିଲ୍ଳାର ୪୦ଜଣ ବଛା ବଛା କୃଷକ ଓ କୃଷି ସଂଗଠନମାନଙ୍କୁ ସମନ୍ୱିତ କୃଷି ଉପରେ ସମନ୍ୱିତ କୃଷି ବ୍ୟବସ୍ଥା (ଆଇଏଫଏସ) ଜେକେ କାଗଜ କଳର ସାମାଜିକ ଦାୟିତ୍ୱବୋଧ (ଜେକେସିଏସଆର) ଦ୍ୱାରା ପ୍ରସ୍ତୃତ ସଫଳ କୃଷି କ୍ଷେତ୍ରଗୁଡିକୁ ପ୍ରଶିକ୍ଷଣ ଓ କ୍ଷେତ୍ର ପରିଦର୍ଶନ ପାଇଁ ଏକ ଦୁଇ ଦିନିଆ କାର୍ଯ୍ୟକ୍ରମ ଚଳିତ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନର କାର୍ଯ୍ୟକ୍ରମରେ ଜେକେ କାଗଜ କଳର ସାମାଜିକ ଦାୟିତ୍ୱବୋଧ ବିଭାଗର ଜେନେରାଲ ମ୍ୟାନେଜର ପ୍ରଫୁଲ୍ଳ କୁମାର ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଳା କୃଷି ବିଭାଗ,ଜିଲ୍ଳା ଉଦ୍ୟାନ ବିଭାଗ,ଜିଲ୍ଳା ଜଳ ବିଭାଜିକା ବିଭାଗ,ଜିଲ୍ଳା ପ୍ରାଣୀ ସଂପଦ ବିଭାଗ ଓ ୱାସନର ରାଜ୍ୟ ଓ ରାୟଗଡା ଜିଲ୍ଳା କର୍ମକର୍ତା ଏବଂ ଏସଏସଏଫ ଓଡିଶାର କର୍ମକର୍ତାମାନେ ସରକାରଙ୍କ ଦ୍ୱାରା କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ କୃଷି ନୀତି ବିଷୟରେ ଉପସ୍ଥିତ କୃଷକ ଓ କୃଷକ ସଂଗଠନମାନଙ୍କୁ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ତାହାର ସଫଳ ରୂପାନ୍ତରର ବିଭିନ୍ନ ପଦକ୍ଷେପ ବାବଦରେ ଅବଗତ କରାଇଥିଲେ । ବିଶେଷ କରି ଜେକେ କାଗଜ କଳ କିପରି ଛୋଟ, ନିମ୍ନ, ଭୂମିହୀନ ଚାଷୀମାନଙ୍କୁ ନେଇ ଗ୍ରାମ ସ୍ତରରେ କୃଷି ସଂଗଠନ ଗଠନ କରି ସୋଲାର ପମ୍ପ ଦ୍ୱାରା ପାଣି ଯୋଗାଣ ଓ ଡ୍ରିପ୍ ଇରିଗେସନ କରିବା ସହିତ ଜାତୀୟ ଉଦ୍ୟାନ କୃଷି ମିଶନ (ଏନଏଚଏମ)କୁଳ କିପିରି ସଫଳ ଭାବରେ କାର୍ଯ୍ୟ କରାଇ କୃଷକ ମାନଙ୍କର ଆମଦାନି ଓ ଆୟ ୫ରୁ ୧୦ଗୁଣା କରିପାରଛନ୍ତି ଏହି ବିଷୟରେ ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ ନେଇଥିଲେ ଏବଂ ପନିପରିବା ସହିତ କେମିତି ମାତ୍ର ୨ବର୍ଷ ଭିତରେ କୃଷକମାନେ ଅଲଗା ଅଲଗା କ୍ଳଷ୍ଟରରେ ୨୦ରୁ ୨୫ ପ୍ରକାର ପନିପରିବା ସମନ୍ୱିତ କୃଷି କାର୍ଯ୍ୟ କରିପାରିଛନ୍ତି ତାହା ଉପରେ ତାଲିମ ନେଇଥିଲେ ଏବଂ ଆଗାମୀ ଦିନରେ ୱାସନ ଭୁବନେଶ୍ୱରଙ୍କ ତରଫରୁ ଓଡିଶାର ବିଭିନ୍ନ ଜିଲ୍ଳାର କୃଷକମାନେ କ୍ଷେତ୍ର ପରିଦର୍ଶନ ଓ ପ୍ରଶିକ୍ଷଣ ନେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ‘ସ୍ପର୍ଶ’ର କର୍ମୀବୃନ୍ଦ କିଶୋର କୁମାର ସାହୁ, ମନୁଶ୍ରୀ ରାୟ, ନିଳତ୍ୱଳା ସାହୁ, ରାଜେଶ ବିଶ୍ୱାଳ, ତପନ ପେଦେଂଟି, ମନେଜ ବଡଜେନା, ଅଶୋକ ନାଲା, ମଧୁସୂଦନ କରକରିଆ ଏବଂ ବାସୁ କନ୍ଧପାଣି ପ୍ରମୁଖ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.