ଦେବଗିରି ମଠ ସମେତ ନର୍ଲାର ବିଭିନ୍ନ ମନ୍ଦିର ଓ ପୁର ପଲ୍ଲୀରେ ଜନ୍ମାଷ୍ଟମୀ ଏବଂ ନନ୍ଦୋତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ବିଭିନ୍ନ ସ୍ଥାନରେ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପର୍ବ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ଆଜି ନନ୍ଦୋତ୍ସବ ପାଇଁ ଉତ୍ସବ ମୁଖର ହୋଇଉଠିଛି ପୁରପଲ୍ଲୀ। ଦେବଗିରି ମଠରେ ଗତକାଲି ଜନ୍ମାଷ୍ଟମୀ ପାଳିତ ହୋଇଥିଲା। ପରମ୍ପରା ଅନୁଯାୟୀ ବ୍ରତ ରଖି ଯାଦବ ରମଣୀମାନେ ରାତିରେ ମଠର ଗର୍ଭଗୃହରେ କୃଷ୍ଣ ଜନ୍ମ ନିତି ସଂପାଦନ କରିଥିଲେ। ଏଥିରେ ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ବିଜୟ ଧଙ୍ଗଡାମାଝୀ, ମଠ ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ସଦସ୍ୟ ସଞ୍ଜୟ ଧଙ୍ଗଡାମାଝୀ, ବିଷ୍ଣୁ ଗଉଡ, ରଜନୀ ଗଉଡ, ସତ୍ରୁଘନ ଧଙ୍ଗଡାମାଝୀ, ବିଭିଷଣ ଧଙ୍ଗଡାମାଝୀ, ସୁରେନ୍ଦ୍ର ମାଝୀ, ଭରତ ଧଙ୍ଗଡାମାଝୀ, ଲୋକନାଥ ଗଉଡ, ସେବାୟତ ତପିବର ଦାସ, ପୂଜକ ସନ୍ତୋଷ ପାଢ଼ୀ, ଅବସରପ୍ରାପ୍ତ ଶିକ୍ଷକ ଗୁଣନିଧି ଧଙ୍ଗଡାମାଝୀ, ଶିକ୍ଷକ ଅଶୋକ କୁମାର ଧଙ୍ଗଡାମାଝୀ, ସୁଧୀର କୁମାର ଧଙ୍ଗଡାମାଝୀ, ଶିକ୍ଷୟତ୍ରୀ ସରୋଜିନୀ ଧଙ୍ଗଡାମାଝୀଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ଏହାସହ ନର୍ଲାର ଜଗନ୍ନାଥ ମନ୍ଦିର ଓ ତ୍ରୀନାଥ ମନ୍ଦିର, ନର୍ଲାରୋଡ ରାଧାକୃଷ୍ଣ ମନ୍ଦିର, ରୁପ୍ରାରୋଡ ଜଗନ୍ନାଥ ମନ୍ଦିର, ମାଣ୍ଡେଲ ଜଗନ୍ନାଥ ମନ୍ଦିର, ସେରଗଡ ଜଗନ୍ନାଥ ମନ୍ଦିର, ତୁଲାପଡ ଜଗନ୍ନାଥ ମନ୍ଦିର, ସରିଆଁ ଜଗନ୍ନାଥ ମନ୍ଦିର, ରୁପ୍ରା ଜଗନ୍ନାଥ ମନ୍ଦିରରେ ଏନେଇ ସ୍ବତନ୍ତ୍ର ନୀତି ସମ୍ପାଦିତ ହୋଇଛି। ନର୍ଲା ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରା ଶିଶୁ ବିଦ୍ୟା ମନ୍ଦିର, ସରିଆଁ ଶିଶୁ ମନ୍ଦିର ଆଦିରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜନ୍ମାଷ୍ଟମୀ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନର୍ଲା ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣ ମେଳା ଏବଂ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ନର୍ଲା ବ୍ଲକର ବିଭିନ୍ନ ଗ୍ରାମ ଓ ଅନେକ ଘରେ ଜନ୍ମାଷ୍ଟମୀ ବ୍ରତ ପାଳିତ ହୋଇଥିବା ସୂଚନା ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.