ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲାର ସ୍ଥାନୀୟ ସୁରେଶ୍ୱରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ମାତୃ – ଶିକ୍ଷକ ସମ୍ମିଳନୀ ର ପ୍ରଥମ ବୈଠକ ଅନୁଷ୍ଠିତ ଅନୁଷ୍ଠିତ ହୋଇ ଯାଇଛି l ଏହି ଦିବସରେ ପ୍ରଧାନଶିକ୍ଷୟିତ୍ରୀ ସୁବାସିନୀ ପୂଝାରୀ ଙ୍କ ଅଧ୍ୟକ୍ଷତା ରେ ହୋଇ ଥିବା କାର୍ଯ୍ୟକ୍ରମ ରେ ଆଞ୍ଚଳିକ ସାଧନା ସଂଯୋଜକ ବୁଦ୍ଧଦେବ ସା ଏଫଏଲଏନ ଶିକ୍ଷାଦାନ ର ଉଦ୍ଦେଶ୍ୟ ଓ ମା ମାନଙ୍କର ଏଫଏଲଏନ କୁ ସଫଳ ରୂପାୟନ କରିବାରେ କିପରି ଭୂମିକା ରହିଛି ଆଲୋକପାତ କରାଇଥିଲେ l ଶିକ୍ଷୟିତ୍ରୀ ଗୋଲାପ ମଞ୍ଜରୀ ସେଠି ଶ୍ରେଣୀ ଗୃହରେ କିପରି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କିପରି କାର୍ଯ୍ୟକାରୀ କରାଯାଉଛି ସେଉପରେ ବୁଝାଇ ଥିଲେ l ସେହିପରି ମା ମାନେ ଘରେ ନିଜ ଶିଶୁ ମାନଙ୍କ ସହ ସମ୍ପର୍କସ୍ଥାପନ ଅନୁଭୂତି କୁ ବାଣ୍ଟିଥିଲେ l ପରିଶେଷରେ ଶିକ୍ଷୟିତ୍ରୀ ସୁଜାତା ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ରେ ପଢ଼ୁଥିବା ସମସ୍ତ ଶିଶୁ ମାନଙ୍କ ମା ମାନେ ଉପସ୍ଥିତ ଥିଲେ l