ଓଡ଼ିଆ ବାର୍ତ୍ତା/ କୋକସରା(ହିରଣ୍ୟ ବେହେରା) : କୋକସରା ବ୍ଲକ ଆମପାଣି ଠାରୁ ଧର୍ମଗଡ଼କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସୱେର ବଡକେନ୍ଦୁଗୁଡା ନିକଟରେ ରବିବାର ବାଇକ୍ ଦୁର୍ଘଟଣା ଘଟି ଜଣେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ଗ୍ରାମର ଜୟରାମ ବାଗଙ୍କ ପୁଅ ନକୁଲ ବାଗ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ନକୁଲ ଆଜି ସନ୍ଧ୍ୟାରେ କୌଣସି କାମପାଇଁ ବାଇକ୍ ଯୋଗେ ବିଜୁ ଏକ୍ସପ୍ରେସୱେରେ ଆସୁଥିବାବେଳେ ବଡକେନ୍ଦୁଗୁଡା ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ପଡିଯାଇଥିଲେ। ଏବଂ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ ଆମପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ଶବ ଜବତ୍ କରି ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇ ଥିବା ଆମପାଣି ଥାନା ପକ୍ଷରୁ ସୂଚନା ମିଳିଛି।