ପୋଲିସ ଓ ଜିଲ୍ଲା ପ୍ରଶାସନର ସାଇବାର ସଚେତନତା ଅଭିଯାନ: ନୂଆପଡ଼ା ଠାରେ ୮ରେ ହେବ ଦୌଡ, ସାଇକ୍ଲିଙ୍ଗ ଓ ମୋଟର ସାଇକେଲ ରେଲି

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲାରେ ଗତ ୩୦ ସେପ୍ଟେମ୍ବରରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ଉଦ୍ୟମକ୍ରମେ ସାଇବାର ସଚେତନତା ଅଭିଯାନ ପକ୍ଷ ପାଳନ କରାଯାଉଛି | ଏହି ପରିପେକ୍ଷୀରେ ଆସନ୍ତା ୮ ତାରିଖରେ ଦୌଡ଼,ସାଇକ୍ଲିଙ୍ଗ ଓ ମୋଟର ସାଇକେଲ ରେଲି କରାଯିବ | ଦୌଡ଼ ଏବଂ ସାଇକ୍ଲିଙ୍ଗ ପାଇଁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ଦିଆଯିବ | ଏହି କାର୍ଯ୍ୟକ୍ରମ ମିନି ଷ୍ଟାଡିଅମ ନୂଆପଡା ଠାରେ ସକାଳ ୬ ଟାରୁ ୮ ଟା ପଯ୍ୟନ୍ତ ଚଳିବ ଏବଂ ଯେଉଁମାନେ ଅଂଶ ଗ୍ରହଣ କରିବେ ସେମାନଙ୍କ ରିପୋର୍ଟିଙ୍ଗ ସମୟ ସକାଳ ୫.୩୦ ମିନିଟ | ରାସ୍ତା ଦୌଡ଼ ୩ କି. ମି ପର୍ଯ୍ୟନ୍ତ ହେବ ଯାହାକି ନୂଆପଡା ଏସ.ପି ଅଫିସରୁ ମିନି ଷ୍ଟାଡିଅମ ପର୍ଯ୍ୟନ୍ତ ହେବ ଏବଂ ସାଇକ୍ଲିଙ୍ଗ ୧୦ କି.ମି ପର୍ଯ୍ୟନ୍ତ ହେବ ଯାହାକି ସିଲଦା ସ୍ଥିତ ରିଜର୍ଭ ଅଫିସରୁ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି | ଏହା ସହିତ ଉକ୍ତ ଦିନ ସନ୍ଧ୍ୟାରେ ମିନି ଷ୍ଟାଡିୟମ ନୂଆପଡାରୁ ଖରିଆର ରୋଡ ପୋଲିସ ଷ୍ଟେସନ ପର୍ଯ୍ୟନ୍ତ ମୋଟର ସାଇକେଲ ରେଲି ହେବ ଏଥି ପାଇଁ ମିନି ଷ୍ଟାଡିଅମରେ ଅପରାହ୍ନ ୩.୩୦ ମିନିଟରେ ରିପୋର୍ଟିଙ୍ଗ କରିବାକୁ ହେବ | ତେବେ ଏହି କାର୍ଯ୍ୟକ୍ରମ ମାନଙ୍କରେ ଯୋଗ ଦେବାକୁ ହେଲେ ନୂଆପଡା ଜିଲ୍ଲପାଳ ଅଫିସ କିମ୍ବା ଏସ.ପି ଅଫିସ ବା ଏସ.ବି.ଆଇ ବ୍ୟାଙ୍କରେ ୭ ତାରିଖ ପୂର୍ବରୁ ନିଜର ନାମକୁ ରେଜିଷ୍ଟର କରି ନିଅନ୍ତୁ | ପ୍ରକାଶ ଜେ ଅକ୍ଟୋବର ୨ ତାରିଖ ଦିନ ସ୍ଥାନୀୟ ଏକତା ଛକ ଠାରେ ଏକ ସଚେତନତା ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା | ଏବଂ ଉକ୍ତ ଦିନ ସନ୍ଧ୍ୟାରେ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ଅଭିଯାନର ମୁଖ୍ୟ ଉଦେଶ୍ୟ ଜନ ସାଧାରଣଙ୍କୁ ସଚେତନ କରାଇ ହିଁ ସାଇବାର ଠକେଇକୁ ରୋକି ହେବ ଏବଂ ଅଜଣା କଲରେ ନିଜର ବ୍ୟକ୍ତିଗତ ସୂଚନା, ଓ.ଟି.ପି ନ ଦେବାକୁ ଅନୁରୋଧ କରିଛନ୍ତି ନୂଆପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ  ଜି.ଆର. ରାଘବେନ୍ଦ୍ର | ଏହା ସହିତ ଯଦି କୌଣସି ଲୋକ ବା ନିଜେ କେବେ ସାଇବାର ଠକେଇର ଶିକାର ହୁଅନ୍ତି ତେବେ ତୁରନ୍ତ ନିଜ ପାଖ ପୋଲିସ ଷ୍ଟେସନରେ ତୁରନ୍ତ ଅଭିଯୋଗ କରନ୍ତୁ ଏବଂ ୧୯୦୩ ନମ୍ବରରେ କଲ କରି ମଧ୍ୟ ଅଭିଯୋଗ କରନ୍ତୁ ବୋଲି ଜିଲ୍ଲପାଳ ହେମକାନ୍ତ ସାୟ ପ୍ରକାଶ କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.