ଉଚ୍ଛଳା ୟୁପି ସ୍କୁଲଠାରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଶିଶୁ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ନିମନ୍ତେ ଘଣ୍ଟି ଗୁଡା କ୍ଳଷ୍ଟର ସ୍ତରୀୟ ସୁରଭି ମହୋତ୍ସବ ଉଚ୍ଛଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ସିଦ୍ଧେଶ୍ୱର ନାଗଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଘଣ୍ଟି ଗୁଡା କ୍ଳଷ୍ଟର ଅନ୍ତର୍ଗତ ୧୨ ଗୋଟି ପ୍ରାଥମିକ ବିଦ୍ୟାଳୟ ଓ ୪ ଗୋଟି ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗରେ ପ୍ରତିଯୋଗୀତା କରାଯାଇଥିଲା। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରେମଲତା ନାୟକଙ୍କ ସଭାପତିତ୍ବ କରିଥିବା ବେଳେ ଓ୍ବାର୍ଡ ସଭ୍ୟା ଜ୍ୟୋସ୍ନା ରାଣୀ ନାଏକ, ଶିକ୍ଷକ ମୋହନ ଲାଲ୍ ନାଏକ, ସେବନ ବାଗ, ହିମାଞ୍ଚଳ ରାଉତ, ତ୍ରିଲୋଚନ ନାଏକ ପ୍ରମୁଖ ମଞ୍ଚାସିନ ରହିଥିଲେ। ଏହି କାର୍ଯ୍ୟକ୍ରମଟିକୁ ଉଚ୍ଚଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନବ କିଶୋର ନାଏକ ପରିଚାଳନା କରିଥିବା ବେଳେ କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ପିତାମ୍ବର ଶବର, ଇଶ୍ଵର ବାଣୁଆ, ମାନସ ରଞ୍ଜନ ବେହେରା, ପବିତ୍ର କୁମାର ଜେନା, ବାଲେଶ୍ଵର ଦୁର୍ଗା, ଯୋଗିନ୍ଦ୍ର ହଂସ ଲୋକେଶ୍ବର ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ବୃନ୍ଦାବନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.