ଗଞ୍ଜେଇ ଚାଷୀଙ୍କୁ ଉଠାଇ ଆଣିଲା ସୋନପୁର ପୋଲିସ୍

ନିଜ ବିଭାଗର ମହିଳା ଏଏସଆଇଙ୍କୁ ମାଫ୍

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗଞ୍ଜେଇ ଚାଷୀଙ୍କୁ ଘରୁ ଉଠେଇ ଆଣିଲା ସୋନପୁର ପୋଲିସ୍ l ଗତ ଅଗଷ୍ଟ ୨୫ ତାରିଖ ସୋନପୁର ଥାନା ପୋଲିସ୍ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ସ୍କୁଟିରୁ ୧୨ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ସ୍କୁଟି ଚାଳକ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଞ୍ଚଳର ସଂଗ୍ରାମ କର୍ଡ଼ିଆଙ୍କୁ ଗିରଫ କରିଥିଲା। ପରେ ସେହି ସ୍କୁଟି ନମ୍ୱର୍ ଓଡି୧୭ଏକ୍ସ-୯୭୭୧ ଟି ପୁର୍ବରୁ ସୁବଳୟା ଥାନା ତଥା ବର୍ତ୍ତମାନ ଉଲୁଣ୍ଡା ଥାନାରେ କାର୍ଯ୍ୟରତ ଥିବା ମହିଳା ଏଏସଆଇଙ୍କ ବୋଲି ଜଣାପଡିଥିଲା । ଜବତ ହୋଇଥିବା ଏହି ଗଞ୍ଜେଇ ମାମଲାର ତଦନ୍ତ କରି ସୋନପୁର ପୋଲିସ୍ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମୁଥବାଲି ଗ୍ରାମର ଚାଷୀ ଧନଞ୍ଜୟ ଘଡେଇଙ୍କୁ ଶୁକ୍ରବାର ଗିରଫ କରିଛି l ଧନଞ୍ଜୟ ଗଞ୍ଜେଇ ଚାଷ କରୁଥିବା ବେଳେ ଅଗଷ୍ଟ ୨୫ ତାରିଖ ଦିନ ଉକ୍ତ ଗଞ୍ଜେଇ ଅଭିଯୁକ୍ତ ସଂଗ୍ରାମ ଧନଞ୍ଜୟ ଙ୍କ ଠାରୁ ଆଣିଥିବା ତଦନ୍ତ ବେଳେ ଜଣା ପଡ଼ିଥିଲା। ଗୋଟିଏ ପଟରେ ପୋଲିସ ଗଞ୍ଜେଇ ଚାଷୀକୁ ଗିରଫ କରିଥିବା ବେଳେ କିନ୍ତୁ ଅପର ପଟରେ ସ୍କୁଟିର ମାଲିକାନା ଥିବା ସଂପୃକ୍ତ ମହିଳା ଏଏସଆଇ ସ୍ମିତାରାଣୀ ଦାସଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ ପରିସର ଭୁକ୍ତ କିମ୍ୱା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ସାମ୍ୱାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିବା ଏସଡିପିଓ ପ୍ରତାପ କୁମାର ରଣାଙ୍କୁ ପଚରାଯିବାରୁ ଏଏସଆଇ ସ୍ମିତାରାଣୀଙ୍କ ସ୍କୁଟି ଲିଙ୍କକୁ ନେଇ ତଦନ୍ତ ଚାଲିଥିବା କଥା କହିଥିଲେ। ଉକ୍ତ ସମ୍ମିଳନୀରେରେ ଆଇଆଇସି ପଦ୍ମାସିନୀ ମେହେରଙ୍କ ସହ ସମସ୍ତ ଥାନା କର୍ମଚାରୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.