ବନ ବିଭାଗ ପକ୍ଷରୁ ୬୯ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ବନ ବିଭାଗ ପକ୍ଷରୁ ୬୯ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଡିଏଫଓ ମଦନଲାଲ ଶର୍ମାଙ୍କ ସଭାପତିତ୍ୱରେ ବନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବନ ବିଭାଗର ଅଧିକାରୀ, କର୍ମଚାରୀଙ୍କ ସମେତ ଛାତ୍ର ଛାତ୍ରୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ସପ୍ତାହ ବ୍ୟାପି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂକ୍ରାନ୍ତୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆଜି ଏହି ଅବସରରେ କୃତି ଛାତ୍ର ଛାତ୍ରୀଙ୍କ ସମେତ ବନ୍ୟାପ୍ରାଣୀଙ୍କ ଉପରେ କାର୍ଯ୍ୟକରୁଥିବା ଯୁବ ଫଟୋଗ୍ରାଫର ଜ୍ୟୋତିରାଦିତ୍ୟ ପିନାକି ପଣ୍ଡା ଏବଂ ବୀରମହାରାଜପୁର ପୁଲେଶ୍ୱର ଗାଁର ଜଗଦିଶ ଜଗଦଲାଙ୍କୁ ବିଜୁ ପଟ୍ଟନାୟକ ଆୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.