ଡକାୟତକୁ ୬ ଘଣ୍ଟା ମଧ୍ୟରେ ଗିରଫ କଲା ଜୋଙ୍କ ପୋଲିସ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ସଦର ବ୍ଲକ ଖରିଆର ରୋଡ଼ ଏନ.ଏ.ସି ଗଣପତି ପେଲେସ ନିକଟରେ ଥିବା ଏକ ହୋଲସେଲ ଦୋକାନରେ ଜଣେ ଦୁର୍ବୁତ୍ତ ଡକାୟତି କରି ୧୧ ହଜାର ଟଙ୍କା ଲୁଟି ଚମ୍ପଟ ମାରିଥିଲା | ଏ ନେଇ ହୋଲସେଲ ଦୋକାନ ମାଲିକ ଅମିଲାଲ ଅଗ୍ରୱାଲ ଜୋଙ୍କ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ | ଏ ନେଇ ଜୋଙ୍କ ପୋଲିସ ପ୍ରଥମେ କେସ ନମ୍ବର ୨୫୮ ରେ ଆଇ. ପି. ସି ଧାରା ୪୪୮/୩୯୨ ରେ ଏକ ମାମଲା ରୁଜୁ କରିଥିଲା | ଏବଂ ଜୋଙ୍କ ପୋଲିସ ତତ୍ପରତା ଦେଖାଇ ଆଇ. ଆଇ ସି ଗୁରୁଦେବ କର୍ମୀ ଙ୍କ ନିର୍ଦେଶ କ୍ରମେ ତୁରନ୍ତ ଏସ.ଆଇ ଅରବିନ୍ଦ ମେହେରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା | ପରେ କେସ ରେଜିଷ୍ଟ୍ରେସନ ହେବାର ୬ ଘଣ୍ଟା ମଧ୍ୟ ରେ ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ କଟାଙ୍ଗପାଲି ଗାଁର ଥବୀର ସାହୁ (୨୮) ନାମକ ଅଭିଯୁକ୍ତ କୁ ଜୋଙ୍କ ପୋଲିସ ଗିରଫ କରିଥିଲା | ଗିରଫ ଅଭିଯୁକ୍ତ ପାଖରୁ ଲୁଟ ହୋଇଥିବା ୧୧ ହଜାର ଟଙ୍କାରୁ ୧୦,୭୦୦ ଟଙ୍କା ବରାମତ ହୋଇଥିଲା | ଶନିବାର ଅଭିଯୁକ୍ତ ଥବୀର ସାହୁକୁ ଜୋଙ୍କ ପୋଲିସ କୋର୍ଟ ଚାଲାଣ କରିଥିବା ଏସ.ଆଇ ଅରବିନ୍ଦ ମେହେର ସୂଚନା ପ୍ରଦାନ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.