ନୂଆପଡ଼ା ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଶାସକ ଦଳର ମନ୍ତ୍ରୀ ଓ ନେତାଙ୍କ ଦର୍ଶନ ନାହିଁ, ରାଜ୍ୟକୁ ଶାସନ କରୁଛି ଅଦୃଶ୍ୟ ଶକ୍ତି -ମନମୋହନ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଆଜି ଦିନିକିଆ ନୂଆପଡ଼ା ଗ୍ରସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆସିଥିଲେ । ପ୍ରଥମେ ଖଡ଼ିଆଳରୁ ଆସି ଖରିଆର ରୋଡ ଆମସେନା ଛକ ଠାରେ ଖରିଆର ରୋଡ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧିତ ହୋଇ ପରେ ଗୁରୁକୂଳ ଆମସେନା ଠାରେ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେହିପରି ଗୁରୁକୂଳ ଆଶ୍ରମରେ ଆଚାର୍ଯ୍ୟ ମାନେ ତାଙ୍କୁ ସ୍ବାଗତ କରିବା ପରେ ରିଜର୍ଭ ଅଫିସ ସିଲଦା ସ୍ଥିତ ସହିଦ ବୀର ଯବାନ ଏବଂ ନୂଆପଡା ଏକତା ଛକ ଠାରେ ସ୍ବର୍ଗତ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହା ପରେ ନୂଆପଡା ସ୍ଥିତ ସର୍କିଟ ହାଉସ ଠାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଶାସକ ଦଳର ମନ୍ତ୍ରୀ ଓ ନେତାଙ୍କ ଦର୍ଶନ ନାହିଁ ରାଜ୍ୟ କୁ ଶାସନ  କରୁଛି ଅଦୃଶ୍ୟ ଶକ୍ତି ବୋଲି କହିଥିଲେ ବିରୋଧୀ ଦଳ ରାଜ୍ୟ ସଭାପତି ମନମୋହନ ସାମଲ | ଦୀର୍ଘ ବର୍ଷର ରାଜ୍ୟ ସରକାର ଉପରେ ବର୍ଷିବା ସହ ଓଡ଼ିଶାରେ ଚାଲିଥିବା ବାବୁ ମାନଙ୍କ ଶାସନକୁ ମଧ୍ୟ କଡା ଭାଷାରେ ସମାଲୋଚନା କରିଥିଲେ । ପରେ କୋମନା ବ୍ଲକ ଘାଟିପଡ଼ା ସ୍ଥିତ ସାଇ କଲେଜ ଠାରେ କର୍ମୀ ସମ୍ମିଳନୀ କରି ରାଜ୍ୟ ସରକାରକୁ ଜୋରଦାର ବର୍ଷିଥିଲେ ରାଜ୍ୟ ସଭାପତି ।

Udyog Nursery
Udyogi Nursery

ଏହି ସମୟରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ଯଦୁମଣି ପାଣିଗ୍ରାହୀ, ଖରିଆର ରୋଡ ଏନ. ଏ. ସି ଅଧକ୍ଷା ସୋନିଆ ଜୈନ, ଜିଲ୍ଲା ବିଜେପି ସଭାପତି ସୁବ୍ରତ ଠାକୁର, ଖାମ ସିଂ ମାଝୀ, ଯୁବ ମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡା, ଗୋଲଡି ଅଗ୍ରୱାଲ, ତୁଲସ ପଟେଲ, ସଦାନନ୍ଦ ଯୋଶୀ, କମଲେଶ ଦୀକ୍ଷିତ, ମହିଳା ନେତ୍ରୀ ସରିତା ସିଂ, ଭୁବନେଶ୍ୱରୀ ଦଣ୍ଡସେନା, ସାବିତ୍ରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ | ଏହା ସହିତ ବିଜେପିର ଶତାଧିକ କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.