ସଂସଦରେ ମନ ମୋହିଲା ଥୁଆମୂଳ ରାମପୁର ଝିଅର ଓଜସ୍ୱିନୀ ଭାଷଣ

ଗାନ୍ଧିଜୀଙ୍କ ଉପରେ ପ୍ରଥମ ବକ୍ତବ୍ୟ ରଖିଲେ ଅଫିଆ ବଶୀର୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳର ଝିଅ ଅଫିଆ ବଶୀର୍ ଏବେ ଜାତୀୟ ସ୍ତରରେ ଏକ ଚର୍ଚ୍ଚିତ ଯୁବ ଚେହେରା ପାଲଟିଛନ୍ତି। ଥୁଆମୂଳ ରାମପୁର ବ୍ଲକ୍ ପାଡେପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖମାରପଦର ଗାଁର ମାଲ୍ୟବନ୍ତ ନାଏକଙ୍କ ଝିଅ ଅଫିଆ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ନୋ ୟୋର୍ ଲିଡର୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Omkar Vasthu
Omkar Vasthu

ନୂଆଦିଲ୍ଲୀର ସଂସଦ ପରିସରସ୍ଥ ସମ୍ବିଧାନ ସଦନରେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ପ୍ରଥମ ବକ୍ତା ଭାବରେ ନିଜର ଓଜସ୍ୱିନୀ ବକ୍ତବ୍ୟ ପ୍ରଦାନ କରିଥିଲେ, ଯାହାକି ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଜି-୨୦ ଓ ପି-୨୦ ଶିଖର ସମ୍ମିଳନୀ ଅଧୀନରେ ସଂସଦୀୟ ଗଣତନ୍ତ୍ର ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ପ୍ରାଇଡ୍), ଲୋକସଭା ସଚିବାଳୟ ଏବଂ ସଂସଦ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ନେହେରୁ ଯୁବ କେନ୍ଦ୍ର ସଂଗଠନ ଦ୍ୱାରା ଅମୃତ କାଳରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୀବନ ଶିକ୍ଷା ପ୍ରସଙ୍ଗରେ ତ୍ରିସ୍ତରୀୟ ଭାଷଣ ପ୍ରତିଯୋଗିତା ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରୁ ୨୫ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା। ସେମାନେ ନୂତନ ସଂସଦ ଗୃହର ଲୋକସଭା ଏବଂ ପୁରୁଣା ସଂସଦ ଗୃହର ରାଜ୍ୟସଭା ଓ ସେଣ୍ଟ୍ରାଲ୍ ହଲ୍ ପରିଦର୍ଶନ କରିଥିବା ବେଳେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସେମାନଙ୍କୁ ସମ୍ବୋଧିତ କରିଥିଲେ। ଏଥିସହ ସେମାନଙ୍କୁ ରାଜଘାଟ, ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ଓ ନେସନାଲ୍ ୱାର୍ ମେମୋରିଆଲ୍ ପରିଭ୍ରମଣ କରାଯାଇଥିଲା।

ଏହି ଅବସରରେ ଅଫିଆ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ପାଇଥିଲେ। ଅଫିଆ ଏବେ ରାୟଗଡା ଜିଲ୍ଲା ଥେରୁବାଲି ସ୍ଥିତ ଆଇସିଏଚ୍ ସ୍କୁଲରେ ଦଶମ ଶ୍ରେଣୀରେ ପଢୁଛନ୍ତି। ତାଙ୍କ ସଫଳତାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଲାଇଫରେଚର୍ ସମେତ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଅଫିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.