ଖଲ୍ଲିକୋଟ : ୧୩ ନମ୍ବର ଜୋନରେ ବିଜେଡ଼ିର ଜନସମ୍ପର୍କ ଯାତ୍ରା

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୩ ନମ୍ବର ଜୋନରେ ବିଜେଡ଼ିର ଘରେଘରେ ଶଙ୍ଖ ଓ ଜନସମ୍ପର୍କ ଯାତ୍ରା କାର୍ଯ୍ୟକ୍ରମ ପରିକ୍ରମା କରିଥିବା ଜଣାପଡିଛି। ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ନେତୃତ୍ୱରେ ଆୟୋଜିତ ପଦଯାତ୍ରା ମାଧ୍ୟମରେ ବିଜେଡ଼ିର ନେତା ଓ କର୍ମୀମାନେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ବୁଝାଇବା ସହ ଘରେଘରେ ଶଙ୍ଖ ଚିହ୍ନର ପ୍ରଚାର କରିବା ସହ ଆଗାମୀ ନିର୍ବାଚନରେ ନବୀନ ବାବୁଙ୍କ ହାତ ମୁଠା ଟାଣ କରି ପୁଣି ନିର୍ବାଚିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଉକ୍ତ ଜନସମ୍ପର୍କ ଯାତ୍ରା ସାବୁଳିଆ ପଂଚାୟତରୁ ବାହାରି କନାକା , ଡ଼ିମିରିଆ, କେଶପୁର, ପଥରା, ଲଙ୍ଗଳେଶ୍ୱର ଓଡ଼ିଆ ଆଲପୁର ପଂଚାୟତର ବିଭିନ୍ନ ପଂଚାୟତ ଗ୍ରାମ ଗୁଡିକ ପରିକ୍ରମା କରି ବାକୁଟୁ ଗାଁ ଠାରେ ପହଂଚିଥିଲା। ଉକ୍ତ ପଦଯାତ୍ରାରେ ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜାଲ୍ଲୀ, ସୋନମ ପଲାଇ ଓ ନାରୀନେତ୍ରୀ ସନ୍ଧ୍ୟାରାଣୀ ଦଳାଇ, ସାଂସଦ ପ୍ରତିନିଧି ରତ୍ନାକର ସାହୁ, ବରିଷ୍ଠ ବିଜେଡ଼ି ନେତା କିଶୋର ପଲାଇ, ସରପଞ୍ଚ ସଂଘ ସଭାପତି ମନୋଜ କୁମାର ସେଠି, ସରପଞ୍ଚ ମେହମତ ସେଠି, ରମେଶ ସାହୁ ସମିତି ସଭ୍ୟ ପଦ୍ମନାଭ ପ୍ରଧାନ, ଗଣେଶ ସାହୁ, ବିଚିତ୍ର ଜାଲ୍ଲୀ ସମେତ ବହୁ ନେତା ଓ କର୍ମୀମାନେ ଅଂଶଗ୍ରହଣ କରିଥିଲେ। ଏହି ପଦଯାତ୍ରାରେ ମହିଳା ସରପଞ୍ଚଙ୍କ ସମେତ କର୍ମୀମାନେ ବହୁ ସଂଖ୍ୟାରେ ଗ୍ରାମ ପରିକ୍ରମା କରିଥିଲେ। ସେହିପରି କାଜୁ ନିଗମ ଅଧକ୍ଷ ସୁବାସ ମହାରଣା, ବିଜେଡ଼ି ଉପ ସଭାପତି ଜଗନ୍ନାଥ ସାବତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.