କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜ ମଦନପୁର ଉପମଣ୍ଡଳ ସ୍ତରୀୟ ନୂଆଖାଇ ଜୁହାର କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜ ପୂର୍ବ ମଣ୍ଡଳ, ମଦନପୁର ଉପମଣ୍ଡଳ ସ୍ତରୀୟ ନୂଆଖାଇ ଜୁହାର କାର୍ଯ୍ୟକ୍ରମ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମଦନପୁରଠାରେ ଏନେଇ ଆୟୋଜିତ  ନୂଆଖାଇ ଜୁହାର କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କ୍ଷତ୍ରୀୟ ପାଇକ ସମାଜର ଉପକୂଳପତି ତଥା କଳିଙ୍ଗ ପାଇକ ସେନା ରାଜ୍ୟ ସଭାପତି ଭୈରବ ପ୍ରସାଦ ନାୟକ ଉପସ୍ଥିତ ରହି ସମାଜର ସର୍ବାଙ୍ଗୀନ ବିକାଶ ପାଇଁ ରାଜନୀତି ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ଆଲୋକପାତ କରିଥିଲେ। ସମାଜର ଉନ୍ନତି, କଲ୍ୟାଣ କରିବା ସହିତ ସୁଦୃଢ଼ କରିବାକୁ ହେଲେ ରାଜନୀତିକୁ ଆପଣାଇ ସମାଜ ସେବା କରିହେବ ବୋଲି ବରିଷ୍ଠ କର୍ମକର୍ତ୍ତା ଓ ସମାଜର ଜନସଧାରଣ ଏହି ବୈଠକରେ ଆଲୋଚନା କରିଥିଲେ।  ଉପକୂଳପତି ଭୈରବ ପ୍ରସାଦ ନାୟକଙ୍କୁ ସମାଜ ପକ୍ଷରୁ ସମର୍ଥନ ଜଣାଇବା ସହିତ ଆଗକୁ ସାଧାରଣ ନିର୍ବାଚନରେ ସହଯୋଗ କାରିବାପାଇଁ ବୈଠକରେ ସ୍ଥିରିକୃତ ହୋଇଥିବା ଜଣାପଡ଼ିଛି।  ମଣ୍ଡଳ ସମ୍ପାଦକ ବାସୁଦେବ ପ୍ରଧାନୀ, ସମାଜସେବୀ ରୂପ କିଶୋର ଦଳେଇ, ମଦନପୁର ରାମପୁର ଉପମଣ୍ଡଳ କୂଳସଦର ଡମ୍ବରୁଧର ଧଙ୍ଗଡାମାଝୀ, ଉପକୂଳସଦର ହୃଦାନନ୍ଦ ଧଙ୍ଗଡାମାଝୀ, ସମ୍ପାଦକ ସୁଦାମ ଦୁବେ, ମଣ୍ଡଳ ସଦସ୍ୟ ସହଦେଵ ଧଙ୍ଗଡ଼ାମାଝୀ ଭବାନୀପାଟଣା ଉପମଣ୍ଡଳ ସମ୍ପାଦକ ହେମନ୍ତ କୁମାର ରାୟ, ମଣ୍ଡଳ ସଦସ୍ୟ ବନମାଳୀ ବଣୁଆ, ଚନ୍ଦ୍ର ଶେଖର ପୁଝିରୀ, ତଥାଗତ ସିଂହ ରାଜପୁତ, ଦିଗାମ୍ବର ପୁଝାରି ପ୍ରମୁଖ ଉପସ୍ଥିତ ରହି ଶ୍ରୀ ନାୟକଙ୍କୁ ସମର୍ଥନ ଜଣାଇଥିଲେ। ଶେଷରେ ନର୍ଲା ଉପମଣ୍ଡଳ ସମ୍ପାଦକ ଉଦୟନାଥ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.