ବିଜେପିର ୨୦୨୪ ଅଭିଯାନର ମୁଖ୍ୟ ବିଷୟବସ୍ତୁ ହେବ ରାମ ମନ୍ଦିର ପ୍ରତିଷ୍ଠା !

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ବିଜେପିର ୨୦୨୪ ଲୋକସଭା ଅଭିଯାନର ମୁଖ୍ୟ ବିଷୟବସ୍ତୁ ହେବ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତ ନିଜ ନିଜ ଭାଷଣରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ରାମ ମନ୍ଦିରର ନିର୍ମାଣ ସୋମନାଥ ମନ୍ଦିରର ପୁନରୁଦ୍ଧାର କଥା ମନେ ପକାଇ ଦେଉଛି, ଯାହାକୁ ମହମ୍ମଦ ଗଜନବୀ ଅନେକ ଥର ନଷ୍ଟ କରିଥିଲେ। ତେବେ ଏଥିର କିନ୍ତୁ ଗୋଟିଏ ବଡ଼ ପାର୍ଥକ୍ୟ ରହିଛି। ବର୍ତ୍ତମାନର ପରିସ୍ଥିତିରେ, ନିଜେ ଏବେର ପ୍ରଧାନମନ୍ତ୍ରୀ ମୋଦୀ ଏହି ସମାରୋହରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ସାରା ଦେଶରୁ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ଏହାସହ ଅଯୋଧ୍ୟାର ବିକାଶ ପାଇଁ ୩୦ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପର୍ଯ୍ଯଟକ ଏବଂ ତୀର୍ଥଯାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ମନ୍ଦିର ସହରର ପ୍ରତ୍ୟେକ ସ୍ଥାନରେ ନିର୍ମାଣ କାମ ଚାଲିଛି। ନୂଆ ବିମାନ ବନ୍ଦର ନିର୍ମାଣ କରାଯାଉଛି, ରେଳ ଷ୍ଟେସନ ଏବଂ ବସ୍ ଟର୍ମିନାଲର ନବୀକରଣ କରାଯାଉଛି। ଦୀର୍ଘକାଳୀନ ରହଣି ବିକଳ୍ପ ଏବଂ ଦ୍ୱିତୀୟ ଘର ଖୋଜୁଥିବା ପର୍ଯ୍ୟଟକ ଏବଂ ଅତିଥିମାନଙ୍କ ପାଇଁ ୧,୪୦୭ ଏକରରୁ ଅଧିକ ଜମିରେ ଏକ ଗ୍ରୀନଫିଲ୍ଡ ସ୍ୱୟଂସମ୍ପୂର୍ଣ ଟାଉନସିପ୍ ମଧ୍ୟ ବିକଶିତ କରାଯାଉଛି। ୨୦୨୪ ନିର୍ବାଚନରେ ବିଜେପି ରାମ ମନ୍ଦିର ପ୍ରତିଷ୍ଠାକୁ ନିଜର ଫାଇଦା ପାଇଁ ବ୍ୟବହାର କରିବ ବୋଲି ଆଶା କରାଯାଉଛି। ଦଳ ଏହି କାର୍ଯ୍ଯକ୍ରମକୁ ହିନ୍ଦୁ ଜାତୀୟତାବାଦର ବିଜୟ ଏବଂ ବାବ୍ରି ମସଜିଦ୍ ଏକଦା ଯେଉଁ ସ୍ଥାନରେ ଥିଲା, ସେହି ସ୍ଥାନରେ ମନ୍ଦିର ନିର୍ମାଣ ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ ବୋଲି ଦର୍ଶାଇବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.