ଶୋଇଥିବା ଅବସ୍ଥାରେ ରାବଣକୁ କରାଗଲା ଦହନ, ଜାଣନ୍ତୁ କାରଣ

ସାରା ଦେଶରେ ଧୁମଧାମରେ ବିଜୟାଦଶମୀ ପାଳିତ ହୋଇଯାଇଛି । ବିଭିନ୍ନ ସ୍ଥାନରେ ମା’ଙ୍କୁ ସିନ୍ଦୂର ଲାଗି ପରେ ରାବଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାବଣପୋଡ଼ି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଜୟାଦଶମୀ ଦିନ ବିହାରର ସୁପେଲରେ ରାବଣ ଓ ମେଘନାଦଙ୍କ କୁଶପୁତ୍ତଳିକାକୁ ଭିନ୍ନଶୈଳୀରେ ଦହନ କରାଯାଇଥିଲା । ଏହାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏଠାରେ ରାବଣ ଓ ମେଘନାଦଙ୍କୁ ଶୋଇଥିବା ଅବସ୍ଥାରେ ଦହନ କରାଯାଇଥିଲା । ପ୍ରଥମ ଥର ଲାଗି ଏଠାରେ ଶୋଇଥିବା ଅବସ୍ଥାରେ ଦହନ କରାଯାଇଛି ।

ବିଭିନ୍ନ ପୂଜାମଣ୍ଡପ ନିଜନିଜ ଶୈଳୀରେ ରାବଣପୋଡ଼ି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ମଙ୍ଗଳବାର ଦିନ ୨ଟାରେ ଗାନ୍ଧୀମଇଦାନରେ ରାବଣ ଉତ୍ସବ ଆୟୋଜିତ ହୋଇଥିଲା । ରାମଲିଳା କମିଟି ପକ୍ଷରୁ ୫୫ଫୁଟର ରାବଣ ଓ ୫୦ ଫୁଟର ମେଘନାଦର ପୁତ୍ତଳିକା ନିର୍ମାଣ କରାଯାଇଥିଲା । ମେଘନାଦ ପୁତ୍ତଳିକା ଛିଡ଼ା ତ ହୋଇଥିଲା କିନ୍ତୁ ରାବଣ ପୁତ୍ତଳିକା ଆଉ ଛିଡ଼ା ହୋଇ ପାରି ନ ଥିଲା । ରାବଣର କୁଶପୁତ୍ତଳିକାକୁ ଛିଡ଼ା କରିବାକୁ ଚେଷ୍ଟା କରାଯାଉଥିଲା । ଏଥିପାଇଁ ଜେସିବିର ବି ସାହାଯ୍ୟ ନିଆଯାଇଥିଲା । କିନ୍ତୁ ରାବଣର ପୁତ୍ତଳିକା ଛିଡ଼ା ହୋଇ ନ ଥିଲା । ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।ଶେଷରେ ରାମଲିଳା କମିଟି ଏହି ନିର୍ଣ୍ଣୟ ନେଇଥିଲା କି ଶୋଇଥିବା ଅବସ୍ଥାରେ ରାବଣର କୁଶପୁତ୍ତଳିକାର ଦହନ କରାଯିବ । ଏହି ନିଷ୍ପତ୍ତିକୁ ରାମଲିଳା କମିଟିରେ ଥିବା ସମସ୍ତ ସଦସ୍ୟ ସମର୍ଥନ ମଧ୍ୟ ଜଣାଇଥିଲେ । ପରେ ରାବଣଙ୍କୁ ଶୋଇଥିବା ଅବସ୍ଥାରେ ଦହନ କରାଯାଇଥିଲେ । ଏହାପରେ ୪୧ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ରାବଣର ପୁତ୍ତଳିକାକୁ ଶୋଇଥିବା ଅବସ୍ଥାରେ ଦହନ କରାଯାଇଥିଲା । ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାରେ ରହିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.