ମୁଖ୍ୟ ଆକର୍ଷଣ କଣାଭଏଁରା ମହାରାଜଙ୍କ ଛତର ଯାତ୍ରା
ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ସଦର ବ୍ଲକ ଟାନୱାଟ ଗାଁ ରେ ସାର୍ବଜନିକ ଦୁର୍ଗା ପୂଜା କମିଟିର ରୌପ୍ୟ ଜୟନ୍ତୀ ଧୁମଧାମ ଓ ହର୍ଷ ଉଲ୍ଲାସ ସହିତ ପାଳିତ ହୋଇଯାଇଛି | ଏହି ଅବସରରେ ଟାନୱାଟ ଗାଁ ଓ ଅଖପାଖା ଅଂଚଳ ଉତ୍ସବ ମୁଖର ହୋଇ ଉଠି ଥିଲା | ଅଂଚଳର ଆରାଧ୍ୟ ଦେବ କଣାଭଏଁରା ମହାରାଜଙ୍କ ଛତର ଯାତ୍ରା ମୁଖ୍ୟ ଆକର୍ଷଣ ଥିଲା ଯାହାକୁ ଦେଖିବା ପାଇଁ ହଜାର ହଜାଇ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା | ପାରମ୍ପରିକ ରୀତିନୀତି ଭାବେ ବିଜୟା ଦଶମୀ କାର୍ଯ୍ୟକ୍ରମରେ ରାବଣ ପୋଡ଼ି, ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗ ଦେଇଥିବା ବେଳେ ସରପଞ୍ଚ ଜୟ ରାମ ସତନାମୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ | ଆୟୋଜକ କମିଟି ସଭାପତି ଦେଓ ସିଂ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହ ସମ୍ପାଦକ ପବନ କୁମାର ସୋନୀ ଓ ପବନ କୁମାର ପଟେଲ, ସମ୍ପାଦକ ଅନନ୍ତ ରାମ ଶବର, ଉପ ସଭାପତି ମନୋଜ ଦାଶ, ମନୋହର ସାହୁ, ଲୋକନାଥ ରାଉତ, କୋଷାଧ୍ୟକ୍ଷ ଦେଓ ପ୍ରସାଦ ସାହୁ, ସହ କୋଷାଧକ୍ଷ ସନ୍ତ ରାମ ପଟେଲ ବିଶେଷ ଭାବେ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ |