ସାହିତ୍ୟ ଜୀବନ ପାର୍ବଣ ଆସର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ସାହିତ୍ୟ ଜୀବନ ସାହିତ୍ୟ ସଂସଦ ପକ୍ଷରୁ ଆଭାସୀ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ଉକ୍ତ ଆସରକୁ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ପରିଚାଳନା କରିଥିବା ବେଳେ ରୀତା ଅପରାଜିତା ସ୍ୱାଗତ ସଙ୍ଗୀତ ଦ୍ୱାରା ସଭାକୁ ଆରମ୍ଭ କରିଥିଲେ । ପ୍ରିୟଙ୍କା ପ୍ରିୟଦର୍ଶିନୀ ଅତିଥି ଆମନ୍ତ୍ରଣ କରିଥିଲେ l ଉପ ସଭାପତି ଶୋଭାଗିନି ନନ୍ଦ ଶାରଦୀୟ ଦୁର୍ଗାପୂଜା ଉପରେ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବୟତ୍ରୀ ତଥା ଗାଳ୍ପିକା ସୁମିତା ବେହେରାଙ୍କ ସହ ବିଶିଷ୍ଟ ଗାଳ୍ପିକା  ଶ୍ୱେତପଦ୍ମା ପାଢ଼ୀ ଯୋଗ ଦେଇଥିଲେ । ଏଥିରେ ଆଗ ଧାଡିର କବି କବୟିତ୍ରୀଙ୍କ ମଧ୍ୟରେ ଶ୍ରୀସିକ୍ତା ଶୁଭଦର୍ଶନୀ ନାୟକ, ମୁକ୍ତିରାଣୀ ଦେବତା, ଅମଲେନ୍ଦୁ ମହାପାତ୍ର, କୈଳାଶ ଚନ୍ଦ୍ର ବେହେରା, ତରୁଣବାଳା ମହାପାତ୍ର, ଆରତୀ ବଡ଼ଜେନା, ରଞ୍ଜନ କୁମାର ବିଶ୍ବାଳ, ଅରୁଣ କୁମାର ମହାପାତ୍ର, ସବିତା ହୋତା, ମନସ୍ମିତା ଦାସ, ମନ୍ଦାକିନୀ ପାଢ଼ୀ, ଲକ୍ଷ୍ମୀପ୍ରିୟା ବେହେରା, ପ୍ରିୟଙ୍କା ପ୍ରିୟଦର୍ଶିନୀ, ରୀତା ଅପରାଜିତା, ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ଗଗନ ବିହାରୀ ନାୟକ, ନଳିନୀ ରାଉତ, ରୁକ୍ମିଣୀ ସାହୁ, ସ୍ନିଗ୍ଧା ପଣ୍ଡା, ସ୍ବେତସ୍ମିନୀ ପଣ୍ଡା ଆଦି କବିତା ପାଠ କରିବା ସହ ଓଡ଼ିଶାର କୋଣ ଅନୁକୋଣରୁ ସାହିତ୍ୟ ପ୍ରେମୀମାନେ ଏଥିରେ ସାମିଲ ହୋଇ ନିଜ ପ୍ରତିଭାର ପଦର୍ଶନ କରିଥିଲେ। କବିତା ଗୁଡ଼ିକର ସଂଯୋଜନା ରୀତା ଅପରାଜିତା ମହାନ୍ତି କରିଥିଲେ । ଶେଷରେ ଶୋଭାଗିନି ନନ୍ଦ ଶାନ୍ତିପାଠ ସହ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.