ଡିଏଭି ଜାତୀୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ନେବେ ଭାଗ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ୧୪ ଜଣ ଫୁଟବଲ ପ୍ରତିଯୋଗୀଙ୍କ ତାଳଚେର ଗସ୍ତ କରିଛନ୍ତି l ଓଡ଼ିଶାର ଅନୁଗୋଳ ଜିଲ୍ଲା ତାଳଚେର ଡେରା ଡିଏଭି ପବ୍ଲିକ ସ୍କୁଲ ଠାରେ ନଭେମ୍ବର ୬ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଦୁଇଦିନ ହେବାକୁ ଥିବା ଡିଏଭି ଜାତୀୟ ଖେଳ – ୨୦୨୩ (ଜୋନାଲ ସ୍ତରୀୟ) ଫୁଟବଲ ପ୍ରତିଯୋଗିତାରେ ଭାଗ ନେବା ପାଇଁ ରବିବାର ତାଳଚେର ଗସ୍ତ କରିଛନ୍ତି। ଏହି ପ୍ରତିଯୋଗୀ ମାନେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ୧୪ ଜଣ ପ୍ରତିଯୋଗୀ ରହିଛନ୍ତି। ରବିବାର ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ନେତୃତ୍ୱରେ ଖେଳ ଶିକ୍ଷକ ଦୁଷ୍ମନ୍ତ ମାଝୀ ଓ ଶିକ୍ଷକ ଜିତେନ୍ଦ୍ର କୁମାର ବାରିକଙ୍କ ସହିତ ଏହି ପ୍ରତିଯୋଗୀ ମାନେ ଜାତୀୟ ସ୍ତରୀୟ ପାଇଁ ଗସ୍ତ କରିଛନ୍ତି। ରବିବାର ସେମାନେ ଡିଏଭି ପ୍ରତିଯୋଗୀ ପାଇଁ ଗସ୍ତ କରିଥିବା ବେଳେ ବେଦାନ୍ତ ଆଲୁମିନା ଡେପୁଟି ସିଇଓ ଜି.ଜି ପାଲ, ସିଏସଆର ଏବଂ ବାହ୍ୟବ୍ୟIପIର ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା, ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟ ଅଧ୍ୟକ୍ଷ ସଦାନନ୍ଦ ହୋତା ଓ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଖେଳାଳୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଫଳତା ପାଇଁ କାମନା କରିଛନ୍ତି।