ବାମସେଫ ଓ ଭାରତ ମୁକ୍ତି ମୋର୍ଚ୍ଚାର କଲମପୁର ବ୍ଲକସ୍ତରୀୟ କର୍ମକର୍ତ୍ତା ଚୟନ 

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): ଦେଶରେ ବହୁଜନ ସମାଜର ସମସ୍ତ ମହାପୁରୁଷ ଓ ମହାନାୟକ ମାନଙ୍କ ତ୍ୟାଗ ତପସ୍ୟା ଓ ବଳିଦାନର ଉଦେଶ୍ୟ ଓ ଲକ୍ଷ୍ୟ ହାସଲ ନିମନ୍ତେ ଆଜି ଦେଶବ୍ୟାପୀ ବୈଚାରିକ ଆନ୍ଦୋଳନ ଦେଖିବାକୁ ମିଳୁଛି। ସମତା, ସ୍ବତନ୍ତ୍ରତା, ବନ୍ଧୁତା, ଭାତୃତ୍ବ, ଶାନ୍ତି, ମୈତ୍ରୀର ବିଚାରଧାରା ସ୍ଥାପନା ନିମନ୍ତେ ଆଜି ଭାରତ ମୁକ୍ତି ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା ପକ୍ଷରୁ ପଣ୍ଡିଗାଁ ବଜାର ପଡ଼ିଆଠାରେ କଲମପୁର ବ୍ଲକ କମିଟି ଗଠନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଭାରତ ମୁକ୍ତି ମୋର୍ଚ୍ଚା ଉପସଭାପତି ମାଧବ ସୁନାନୀଙ୍କ ନେତୃତ୍ବରେ, ରାଷ୍ଟ୍ରୀୟ ଯୁବମହିଳା ଭାରତ ମୁକ୍ତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ କମଳିନୀ ଯାଦବ ଓ ଜିଲ୍ଲା ଭାରତ ମୁକ୍ତି ମୋର୍ଚ୍ଚା ସଭାପତି ଳବ କରୁଆ ଉପସ୍ଥିତ ରହି କମିଟି ଗଠନ କରିଥିଲେ। କଲମପୁର ବ୍ଲକର ଶତାଧିକ ବହୁଜନ ସମାଜର ନେତୃମଣ୍ଡଳୀଙ୍କ ସର୍ବସମ୍ମତିକ୍ରମେ ସୁଶାନ୍ତ ମାଝୀଙ୍କୁ କଲମପୁର ବ୍ଲକ ସଭାପତି ଭାବେ ଚୟନ କରାଯାଇଥିଲା। ଉପସଭାପତି ଭାବେ ପିତାମ୍ବର ସାହୁ ଓ ଦୁଃଖୀରାମ ମାଝୀ, କାର୍ଯ୍ୟକାରୀ ସଭାପତି ଭାବେ ଗୋବିନ୍ଦ ଦଣ୍ଡସେନା, ସାଧାରଣ ସମ୍ପାଦକ ଭାବେ ସେନାପତି ନାଏକ, ସମ୍ପାଦକ ଭାବେ ଶ୍ୟାମସୁନ୍ଦର ନାଗ, ପଦ୍ମ କିଶୋର ନାଏକ, ଗଙ୍ଗାଧର ମାଝୀ, କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତ ମାଝୀ ମନୋନୀତ ହୋଇଥିଲେ। ବହୁଜନ ସମାଜର ଦଶା ଓ ଦିଶା ଉପରେ ଉପସ୍ଥିତ ଅନେକ ବୁଦ୍ଧିଜୀବୀ ମତାମତ ରଖିଥିଲେ।ଭାରତ ମୁକ୍ତି ମୋର୍ଚ୍ଚା କଲମପୁର ବ୍ଲକ କମିଟିରେ ୨୭ ଜଣ କର୍ମକର୍ତ୍ତା ରହିଥିବା ବେଳେ ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ ସମାଜରୁ କୁସଂସ୍କାର, ଅନ୍ଧବିଶ୍ୱାସ ଶେଷ କରିବା ସହିତ ସାମ୍ବିଧାନିକ ଅଧିକାର ହାସଲ କରିବା ପାଇଁ ପ୍ରତିଜ୍ଞା ନେଇଥିଲେ। ଅନ୍ୟମାନଙ୍କ ଭିତରେ ବରିଷ୍ଠ ବାମସେଫ କର୍ମକର୍ତ୍ତା କରୁଣାକର ଚିନ୍ଦା, କଳାହାଣ୍ଡି ଜିଲ୍ଲା ପଛୁଆବର୍ଗ ମୋର୍ଚ୍ଚା ସଭାପତି ଆଦିତ୍ୟ ହଂସ, ଭଗବାନ ମାଝୀ, ଶତୃଘନ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.