ଚେତାବନୀ ସାହିତ୍ୟ ସଂସଦର ବାର୍ଷିକ ସାଧାରଣ ବୈଠକ ଓ ପୁଷପୁନି ଭେଟଘାଟ ପ୍ରସ୍ତୁତି ବୈଠକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡ଼ିଶାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ଚେତାବନୀ ସାହିତ୍ୟ ସଂସଦ କେସିଙ୍ଗାର ସାଧାରଣ ବୈଠକ ଓ ପୁଷପୁନି ଭେଟଘାଟ, ରାଜ୍ୟସ୍ତରୀୟ ଲେଖକ ସମାବେଶ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଚେତାବନୀ ଭବନରେ ସଂସଦର ସଭାପତି ଯାଜ୍ଞସେନୀ ସାହାଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ପ୍ରଥମେ ଅନୁଷ୍ଠାନର ଉପେଦେଷ୍ଠା ତଥା ଆନ୍ତର୍ଜାତିକ କବି ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ତାଙ୍କର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା ସହିତ  ସ୍ମୃତି ଚାରଣ କରାଯାଇଥିଲା। ପରେ ସାଧାରଣ ସମ୍ପାଦକ ରଞ୍ଜନ କୁମାର ପଣ୍ଡା ଗତ ବାର୍ଷିକ ଉତ୍ସବର ଆୟ ବ୍ୟୟର ହିସାବ ଉପସ୍ଥାପନା କରିଥିଲେ। ଆସନ୍ତା ବାର୍ଷିକ ଉତ୍ସବର ଆୟୋଜନ, ସାରସ୍ଵତ ସୌମ୍ୟା ପାଇଁ ଲେଖା ଓ ବିଜ୍ଞାପନ, ନୂତନ ସଭ୍ୟସଭ୍ୟାଙ୍କୁ ସାମିଲ ବାବଦରେ ଆଲୋଚନା କରାଯାଇଥିଲା। ଏଥିରେ ସଂସଦର ଉପସଭାପତି ରମେଶ କୁମାର ଜେନା, କୋଷାଧ୍ୟକ୍ଷ ଡମ୍ବରୁଧର ଭୋଇ, ସହ ସମ୍ପାଦକ ସଂଯୁକ୍ତା ପାଢ଼ୀ, ସଦସ୍ୟ ହିମାଞ୍ଚଲ୍ ସାହୁ, ମନୋଜ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସଂସଦର ସାଙ୍ଗଠନିକ ସମ୍ପାଦକ ଯାଦବେନ୍ଦ୍ର ସାହା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.