୪୦ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କଲା ବିଜେପି

ଓଡ଼ିଆ ବାର୍ତ୍ତା/ ହାଇଦ୍ରାବାଦ: ନଭେମ୍ବର ୩୦ରେ ହେବ ତେଲେଙ୍ଗାନା ବିଧାନସଭା ନିର୍ବାଚନ । ଏନେଇ ଭାରତ ରାଷ୍ଟ୍ର ସମିତି (ବିଆରଏସ), କଂଗ୍ରେସ ଏବଂ ବିଜେପି ପକ୍ଷରୁ ଚାଲିଛି ଜୋରଦାର ନିର୍ବାଚନୀ ପ୍ରସ୍ତୁତି । ଏଥର କଂଗ୍ରେସ ଏବଂ ବିଆରଏସ ମଧ୍ୟରେ କଡ଼ା ପ୍ରତିଯୋଗିତା ବିଷୟରେ ଆଲୋଚନା ହେଉଛି, କିନ୍ତୁ ବିଜେପି ମଧ୍ୟ ଏଥର ନିଜର ଦୃଢ ଉପସ୍ଥିତି ନେଇ ଚଳାଇଛି ପ୍ରସ୍ତୁତ । ଦଳର ବଡ ବଡ ନେତାମାନେ କ୍ରମାଗତ ଭାବରେ ଏଠାରେ ନିର୍ବାଚନ ପ୍ରଚାରରେ ନିୟୋଜିତ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଆସି ଅନେକ ସାଧାରଣ ସଭା କରିସାରିଛନ୍ତି । ଏଥର ଭାରତୀୟ ଜନତା ପାର୍ଟି ଏକରୁ ଅଧିକ ଆସନ ଜିତିବାକୁ ଦାବି କରୁଛି । ଏହି ସମୟରେ, ନିର୍ବାଚନ ପ୍ରଚାରକୁ ଜୋରଦାର କରୁଥିବାବେଳେ ବିଜେପି ତେଲେଙ୍ଗାନା ପାଇଁ ୪୦ ଷ୍ଟାର ପ୍ରଚାରକଙ୍କ ତାଲିକା ମଧ୍ୟ ପ୍ରକାଶ କରିଛି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ବ୍ୟତୀତ ଅନ୍ୟ ଅନେକ ବଡ ବଡ ନେତାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଷ୍ଟାର ପ୍ରଚାରକମାନଙ୍କ ତାଲିକାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ନାଁ ହେଉଛି ଟି.ରାଜା ସିଂ। ଅବଶ୍ୟ ସେ ତେଲେଙ୍ଗାନାର ବିଜେପିର ଅନ୍ୟତମ ଲୋକପ୍ରିୟ ନେତା ଏବଂ ହିନ୍ଦୁତ୍ୱ ଭାବମୂର୍ତ୍ତି ପାଇଁ ସାରା ଦେଶରେ ବେଶ ପରିଚିତ, କିନ୍ତୁ ଏକ ମାସ ପୂର୍ବରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ।ନିକଟରେ ହାଇଦ୍ରାବାଦର ଗୋଶମହଲ ଆସନରୁ ବିଜେପି ଟି.ରାଜା ସିଂଙ୍କୁ ପୁଣି ମୈଦାନକୁ ଆଣିଛି । ତାଙ୍କୁ ଟିକେଟ୍ ଦେବା ପୂର୍ବରୁ ଦଳ ତାଙ୍କ ନିଲମ୍ବନ ପ୍ରତ୍ୟାହାର କରିନେଇଥିଲା । ସେ ତେଲେଙ୍ଗାନାର ଏକମାତ୍ର ବିଜେପି ବିଧାୟକ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.