ଦେଓଗାଁ ପଞ୍ଚାୟତ ଅନୁଦାନ ବଣ୍ଟନରେ ଅସମାନତା, ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ଗ୍ରାମବାସୀଙ୍କ ଅନୁରୋଧ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: ଗତ ନଭେମ୍ବର ୩ରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାରେ ‘ଆମ ଓଡ଼ିଶା ନବୀନ ଓଡିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ନୂତନ ଯୋଜନାରେ ପ୍ରତି ପଞ୍ଚାୟତକୁ ଯୋଗାଇ ଦିଆଯାଇଛି ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ।  କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତର ଚାରିଗୋଟି ଗାଁ ଦେଓଗାଁ, ମହଗାଁ, ମାଟିଆ ଓ ଜାମଜୋରକୁ ସମାନ ଅନୁଦାନ ୧୨ ଲକ୍ଷ ୫୦ ହଜାର ପାଇଁ ଗ୍ରାମସଭା ମାଧ୍ୟମରେ ପଞ୍ଚାୟତ ପକ୍ଷରୁ ବ୍ଲକ ପ୍ରଶାସନକୁ ପ୍ରସ୍ତାବିତ ପ୍ରକଳ୍ପ ପଠାଯାଇଥିଲା। ତେବେ ଏହି ପ୍ରସ୍ତାବିତ ପ୍ରକଳ୍ପକୁ ଓଲଟ ପାଲଟ କରାଯାଇଥିବା ଅଭିଯୋଗ ହେଉଛି। କେବଳ ଦେଓଗାଁ ଗୋଟିଏ ଗ୍ରାମକୁ ୩୬ଲକ୍ଷ ଟଙ୍କା ଓ ଅନ୍ୟ ୩ଖଣ୍ଡ ଗାଁ ଜାମଜୋର୍, ମାଟିଆ ଓ ମହଗାଁକୁ ମାତ୍ର ୧୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଯାହାକୁ ନେଇ ଅସନ୍ତୋଷର ବାତାବରଣ ଦେଖାଯିବାସହ ବ୍ଲକ ଓ ଜିଲ୍ଲା ପ୍ରଶାସନ ପାଖକୁ ଅଭିଯୋଗ ଫର୍ଦ୍ଦ ପହଞ୍ଚିଛି। ତେବେ ଏହି ସରକାରୀ ଅର୍ଥରାଶି  ନିଜକୁ ସୁହାଇବା ଭଳି ବଣ୍ଟନ କରିବାରେ ଜନୈକ ନ୍ୟସ୍ତ ସ୍ବାର୍ଥ ନେତାଙ୍କ ପ୍ରଚ୍ଛନ୍ନ ହାତ ରହିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଜୋର୍ ଧରିଛି। ତେବେ ଦିନକୁ ଏହି ପ୍ରସଙ୍ଗ ଜଟିଳ ହେବାକୁ ଯାଇ ଅଞ୍ଚଳର ଶାନ୍ତିପୂର୍ଣ୍ଣ ପରିବେଶ ନଷ୍ଟ ହେବାକୁ ଯାଉଥିବାରୁ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏପଟେ ମହଗାଁ, ମାଟିଆ, ଜାମଯୋର ସମେତ ଦେଓଗାଁ ପଞ୍ଚାୟତର ଅନେକ ସାଧାରଣ ଜନତା ଏହାର ସୁସମାଧାନ ସହ ପ୍ରତ୍ୟେକ ଗ୍ରାମର ପ୍ରକଳ୍ପ କାର୍ଯ୍ୟରେ କିପରି ସମାନତା ରହିବ ସେନେଇ ପୁନଃ ବିଚାର କରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.