କର୍ଲାମୁଣ୍ଡା ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀଙ୍କ ଧାରଣା

ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରକଳ୍ପ ଚୟନରେ ଅନିୟମିତତା 

ଜନପ୍ରତିନିଧିଙ୍କୁ କରାଯାଇଛି ଅଣଦେଖା 

ପ୍ରତି ଗାଁରେ ପଡ଼ିନାହିଁ ପ୍ରକଳ୍ପ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ):  ଆମ ଓଡ଼ିଶା ନବୀନ ଓଡ଼ିଶାରେ ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି। ତେବେ କର୍ଲାମୁଣ୍ଡା ବ୍ଲକର ୧୨ ଗୋଟି ପଞ୍ଚାୟତର ପ୍ରତି ଗାଁକୁ ପ୍ରକଳ୍ପ ପଡ଼ି ନାହିଁ। ତେଣୁ ଶୁକ୍ରବାର ଦିନ ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି କର୍ଲାମୁଣ୍ଡା (ଖ) ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ। ସେ ଆରମ୍ଭରୁ ପ୍ରକଳ୍ପ ଚୟନରେ ବ୍ୟାପକ ଅନିୟମିତତା, ସ୍ଥାନୀୟ ପ୍ରତିନିଧିଙ୍କୁ ଅଣ ଦେଖା କରାଯିବାର ଅଭିଯୋଗ ନେଇ  ଧାରଣାରେ ବସିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ରାଜକିଶୋର ମିଶ୍ର, ବିହାରି ଲାଲ ସାହୁ, ଟିକେ ମନ ଦୀପ (ପିସିସି ସଦସ୍ୟ), ଏଲି ଏନ ସେନାପତି, ଖୁସିରାମ ଚୌଧୁରୀ, ଦେବରାଜ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଧାରଣାରେ ସାମିଲ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.