ସୁବର୍ଣ୍ଣପୁର ଜିଲ୍ଲା ପଣ୍ଡରାମାଲି ଯୁବ ମଞ୍ଚ ଗଠିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ପଣ୍ଡରାମାଲି ଯୁବ ମଞ୍ଚର ପ୍ରଥମ ପ୍ରସ୍ତୁତି ବୈଠକ ସାହା ଗେଷ୍ଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯୁବ ମଞ୍ଚର ବିଭିନ୍ନ ବିଷୟରେ ଆଲୋଚନା ହୋଇ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା। ପଣ୍ଡରାମାଲି ଯୁବ ମଞ୍ଚର ଜିଲ୍ଲା ସଭାପତି ଭାବେ ଜୟ କୃଷ୍ଣ ସା, କାର୍ଯ୍ୟକାରୀ ସଭାପତି ପ୍ରିୟବ୍ରତ ସାହୁ, ଉପ ସଭାପତି ଶିବଶଙ୍କର ନାଏକ, କରୁଣାକର ସାହୁ, ସାଧାରଣ ସମ୍ପାଦକ ଇଶ୍ଵର ବିଶି, ସହ ସମ୍ପାଦକ ଭବାନୀ ଶଙ୍କର ବିଶି, ଇଶ୍ଵର ଚନ୍ଦ୍ର ବିଶି, କୋଷାଧ୍ୟକ୍ଷ ରାମ ଶଙ୍କର ଖମାରୀ, ଉପଦେଷ୍ଟା, ଶିବ ଶଙ୍କର ସାହୁ, ରାମ ନାରାୟଣ ଭୋଇ, ଶଙ୍କର ବିଶି, ଉମାକାନ୍ତ ବିଶି, ମହାଦେବ ମଲ୍ଲିକ, ଜ୍ୟୋତି ରଞ୍ଜନ ଭୋଇ, ପିତାମ୍ବର ମହଲା, ସେହିପରି ବ୍ଲକ ସଂଯୋଜକ ସୋନପୁର ବ୍ଲକ ସରୋଜ କୁମାର ନାଏକ, ତରଭା ବ୍ଲକ ପରିକ୍ଷ ସା, ବିନିକା ବ୍ଲକ ରଞ୍ଜନ କୁମାର ସା, ଡୁଙ୍ଗୁରିପାଲି ବ୍ଲକ ମୁକେଶ କୁମାର ଭୋଇ, ଉଲୁଣ୍ଡା ବ୍ଲକ ନିଳାଦ୍ରୀ କୁଅଁର, ବୀରମହାରାଜପୁର ବ୍ଲକ ପଙ୍କଜ ଖମାରୀ ମନୋନୀତ ହୋଇଛନ୍ତି। ସଭାକୁ ଶିବରାମ ସାହୁ ପରିଚାଳନା କରିଥିବା ବେଳେ ରାମ ନାରାୟଣ ଭୋଇ କର୍ମକର୍ତ୍ତା ଚୟନ ପ୍ରକ୍ରିୟାକୁ ପରିଚାଳନା କରିଥିଲେ। ଏହି ବୈଠକରେ ପଣ୍ଡରାମାଲି ସମାଜର ଅନେକ ଯୁବକ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ପଣ୍ଡରାମାଲି ଯୁବ ମଞ୍ଚର ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ଜାରୀ ରହିବ ବୋଲି ନୂତନ ସଭାପତି ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.