ନୂଆପଡା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟିର ସମିକ୍ଷା ବୈଠକ

ବୈଠକରେ ଯୋଗଦେଲେ କଳାହାଣ୍ଡି  ଲୋକସଭା ସାଂସଦଙ୍କ ସମେତ ନୂଆପଡା ଓ ଖଡିଆଳ ବିଧାୟକ

Omkar Vasthu
Omkar Vasthu

 

ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକାଠି ବସି ସମିକ୍ଷା କଲେ ବିଜେପି, ବିଜେଡି ଓ କଂଗ୍ରେସ ନେତା

Pearl dental clinic
Near Ashish Medical Store, Bhawanipatna

 

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଳା ପାଇଁ ତିଆରି ହେଲା ମାଷ୍ଟର ପ୍ଲାନ

Udyog Nursery
Udyogi Nursery

 

ନୂଆପଡା,୪/୬ : ଛତିଶଗଡ ସୀମାକୁ ଲାଗି ରହିଛି ନୂଆପଡା ଜିଲ୍ଲା । ଦାଦନ, ପାଣି, ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ଭଳି ଅନେକ ମୂଖ୍ୟ ସମସ୍ୟା ରହିଛି ଏହି ଜିଲ୍ଲାରେ । ତେବେ ପ୍ରାକୃତିକ ବିପର୍ଯ୍ୟୟ ଏଥି ମଧ୍ୟରୁ ଅନ୍ୟତମ । ଜିଲ୍ଲାରେ ବର୍ତମାନ ମରୁଡି ସମସ୍ୟା ଦୂର ହୋଇ ନ ଥିବା ବେଳେ ଏବେ ବର୍ଷା ଋତୁ ଆସୁ ଥିବାରୁ ବଜ୍ରପାତ, ସାପ କାମୁଡା ଓ ବର୍ଷା ପାଣିର ନିଷ୍କାସନ ଭଳି ଅନେକ ସମସ୍ୟା ଆଗାମୀ ଦିନ ରେ କିପରି ଭାବେରେ ଏହାକୁ ଏଡାଇ ଦିଆଯାଇ ପାରିବ ସେ ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଥିଲା । ଏହି ବୈଠକରେ ଜନପ୍ରତିନିଧି ଭାବେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ଓ ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ନୂଆପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ତରେଶ୍ୱରୀ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ସୀତାରାମ ପଟେଲ, ଉପଜିଲ୍ଲାପାଳ ତରଣୀ ସେନ ନାୟକ, ପ୍ରକଳ୍ପ ନିର୍ଦେଶକ ଵୃଷବ ଚନ୍ଦ୍ର ନାୟକ ପ୍ରମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବୈଠକରେ ଜିଲ୍ଲାର ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିବାବେଳେ କେତେଜଣ ଅଧିକାରୀଙ୍କ ଦେଖା ଦର୍ଶନ ନ ଥିଲା । ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟର କିପରି ଭାବରେ ମୁକାବିଲା କରିବା ଏବଂ ସମସ୍ତ ସରକାର କାର୍ଯ୍ୟ କିଭଳି ଭାବରେ ସଫଳ ରୂପାୟନ ହୋଇ ଜନସାଧାରଣଙ୍କ ନିକଟକୁ ପହଂଚିବା ତାକୁ ନେଇ ବେଶ ଚର୍ଚ୍ଚା ହୋଇ ଥିଲାବେଳେ କେତେକ ଅଧିକାରୀଙ୍କ ନିକଟରେ ସଠିକ କାଗଜ ପତ୍ର ନ ଥିବାର ଦେଖିବାକୁ ମିଳି ଥିଲା । ଏ ନେଇ ଜନପ୍ରତିନିଧି ଗଣ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ସାଂସଦ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା ତହସିଲଦାର ଓ ବି.ଡି.ଓ ଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଚିହ୍ନିଟ ହୋଇ ଥିବା ଗାଁ ଗୁଡିକର ତାଳିକା ମାଗିଥିଲେ ଯାହା କୌଣସି ତହସିଲଦାର ଓ ବିଡିଓ ଙ୍କ ଠାରେ ଚୁଡାନ୍ତ ରିପୋର୍ଟ ନ ଥିଲା । ଆସନ୍ତା ୬ ତାରିଖ ସୁଦ୍ଧା ରିପୋର୍ଟ ପ୍ରସ୍ତୁତ କରିବେ ବୋଲି ତହସିଲଦାର ସିନାପାଲି ଓ ଅତିରିକ୍ତ ତହସିଲଦାର ନୂଆପଡା ଜଣାଇ ଥିଲେ । ପୁଣି ସାଂସଦ ଶ୍ରୀଯୁକ୍ତ ପଣ୍ଡା ପଚାରି ବୁଝି ଥିଲେ ଓ ଜାଣିବାକୁ ପାଇଲେଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନୂତନ ଭାବେ ନିର୍ମାଣ ହୋଇ ଥିବା ୩୦୦ ସଜ୍ୟା ବିଶିଷ୍ଟ କୋଠାରେ ଅଗ୍ନିଶମ କାର୍ଯ୍ୟ ସମ୍ପୂର୍ଣ ହୋଇ ନ ଥିବାରୁ ପି.ଡବ୍ଲୁ.ଡି ବିଭାଗ ମେଡିକାଲ ବିଭାଗ କୁ କୋଠା ଘର ହସ୍ତାନ୍ତର କରି ନାହିଁ ଓ ଏହାକୁ ପୂରଣ କରି ହସ୍ତାନ୍ତର କରିବା ପାଇଁ ଆହୁରି ୨ ମାସ ସମୟ ଲାଗିବ ବୋଲି ଏସ.ଡି.ଓ ଶ୍ରୀଯୁକ୍ତ କନ୍ଦପାଣି କହି ଥିଲେ । 

 

ଖରିଆରରେ ମଧ୍ୟ ନୂତନ ମେଡିକାଲ କୋଠା ନିର୍ମାଣ ହୋଇ ପଡ଼ିରହିଛି । ଯେଉଁ ଜମିରେ ଏହା ନିର୍ମାଣ ହୋଇଛି ସେହି ଜମି ମୋର ବୋଲି ଖରିଆର ନିବାସୀ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି । ସେହି ମାମଳାଟି ବର୍ତ୍ତମାନ ବିଚାରଧୀନ ଅଛି ଯାହାକୁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଗରିବ ରୋଗୀଙ୍କ ପାଇଁ ସୁବିଧା କରିବା କଥା । ଖରିଆର ଡାକ୍ତରଖାନାରେ ରୋଗୀଙ୍କ ତୁଳନାରେ ଡାକ୍ତର ସଂଖ୍ୟା କମ ଏହା ମଧ୍ୟ ଏକ ବିଶେଷ ସମସ୍ୟା ରୂପେ ଉଭା ହେଇଛି ଏବଂ ନୂଆପଡା ରୁ ଖରିଆର ଜାତୀୟ ରାଜପଥରେ ପେନଡ୍ରାବନ୍ଧ ଠାରେ ନିର୍ମାଣଧୀନ ବ୍ରିଜ ବର୍ଷା ଋତୁ ଆସିବା ପୂର୍ବ ରୁ ତ୍ୱରାନ୍ୱିତ ହେଇ କାର୍ଯ୍ୟ ସମ୍ପୂର୍ଣ ହେଲେ ଆଖପାଖା ଅଂଚଳରେ ରହୁ ଥିବା ଲୋକ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ରେ ମାସ ମାସ ଧରି ପୂର୍ବ ରୁ ଯେମିତି ତାଙ୍କ ଗାଁ ପାଣି ରେ ବୁଡି ରହୁ ଥିଲା ସେଭଳି ପରିସ୍ଥିତି ଆଉ ହେବ ନାହିଁ ବୋଲି ଖରିଆର ବିଧାୟକ ଶ୍ରୀଯୁକ୍ତ ଅଧିରାଜ ମୋହନ ପାଣିଗ୍ରାହୀ ପ୍ରକଶ କରିଥିଲେ ।

ନୂଆପଡା ବିଧାୟକ ଶ୍ରୀଯୁକ୍ତ ରାଜିନ୍ଦ୍ର ଢୋଲକିଆ ମେଡିକାଲ କତୃପକ୍ଷଙ୍କୁ ପଚାରି ଥିଲେ ଯେ, ସପ୍ତାହରେ ଗୋଟିଏ ରୋଗୀଙ୍କୁ ରାୟପୁର ମେଡିକାଲ ପଠାଇବ ଓ ଅନ୍ୟ ଙ୍କୁ ବୁର୍ଲା ଏହା କେଉଁ ପ୍ରକାର ନ୍ୟାୟ? କାରଣ ସଦର ଠାରୁ ରାୟପୁର ମେଡିକାଲ ପାଖ ହେଉ ଥିବା ବେଳେ ସଦର ଡାକ୍ତରଖାନାରୁ କେବଳ ଜଣେ ରୋଗୀ ଙ୍କୁ କାହିଁକି ରାୟପୁର ପଠାଇ ହେବା ଅନ୍ୟଙ୍କୁ କାହିଁକି ପଠାଇ ପାରିବେ ନାହିଁ ? ଅନ୍ୟ ପକ୍ଷରେ ସରକାର ବିଭିନ୍ନ ଯୋଜନା ଦ୍ୱାରା ସମସ୍ତ ଗରିବ ରୋଗୀଙ୍କୁ ସହାୟତା ଦେବା ପାଇଁ ସୁବିଧା କରିଛନ୍ତି ହେଲେ କିଛି ସୁଫଳ ମିଳୁ ନ ଥିବାର ଅଭିଯୋଗ ଆଣି ଥିଲେ ଏବଂ ଏ.ସି.ଏସ.ଓ ଙ୍କୁ ଧାନ ମଣ୍ଡି ରୁ କାହିଁକି ଧାନ ଉଠୁ ନାହିଁ ଓ ବର୍ଷାରେ ଧାନ ପଡି ରହିଛି ବୋଲି କହି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ।

 

ନୂଆପଡା ପଂଚାୟତ ସମିତି ଅଧକ୍ଷା ଶ୍ରୀ ସାହୁ ଅଭିଯୋଗ ଆଣି ଥିଲେ ଯେ ସାରବଙ୍ଗ ଉଚ୍ଚ ବିଦ୍ୟାଳୟ ରେ ପ୍ରତିବର୍ଷ ବର୍ଷା ଦିନେ ପାଣି ବିଦ୍ୟାଳୟ ଭିତରକୁ ପ୍ରବେଶ କରେ । ଏହା ସହ ଛତିଶଗଡ ଓ ନୂଆପଡା ଜିଲ୍ଲାକୁ ଯୋଡି ରଖି ଥିବା ନେଟଇ ନାଳ ଅବା ଖଳନା ପୋଲ ପତୋରା ଡେମ ପାଣିରେ ବର୍ଷା ଦିନେ ବୁଡି ଯାଇଥାଏ ଯାହାଫଳରେ ପଡୋଶୀ ଛତିଶଗଡ ସହ ଗମନା ଗମନ ବିଛିର୍ଣ୍ଣ ହୋଇ ପଡି ଥାଏ ଓ ବ୍ୟବସାୟ ରେ ବ୍ୟାପକ କ୍ଷତି ହୋଇ ଥାଏ, ମଡା ଅଂଚଳ ବାସୀଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବା ନିତାନ୍ତ ଆବଶ୍ୟକ । ଖରିଆର ରୋଡ ସି.ଏସ.ସି ର ଅବସ୍ଥା ଅତ୍ୟନ୍ତ ଭୟାବହ ହୋଇ ପଡ଼ିଲାଣି ପଙ୍ଖା ଚାଲୁ ନାହିଁ, କୁଲର ବ୍ୟବସ୍ଥା ନାହିଁ, ପାନୀୟ ଜଳ ନାହିଁ, ସଫା ସୁତୁରା ନାହିଁ, ନର୍ସ ଓ ଡାକ୍ତର ଠିକ ସମୟରେ ଡ଼ିଉଟି ରେ ନ ଥାନ୍ତି ଏଭଳି ସମସ୍ୟା କୁ ନେଇ ବାରମ୍ବାର ଲେଖି ଜିଲ୍ଲାପାଳ ମହୋଦୟ ଙ୍କୁ ଦେଲେ ମଧ୍ୟ ଏହାର ପ୍ରତିକାର କରାଯାଉ ନାହିଁ ବୋଲି ସେ ଅଭିଯୋଗ ଆଣି ଥିଲେ । ତେବେ ଜିଲ୍ଲା ପ୍ରଶାସନ ଏ ସବୁ ସମସ୍ୟା କୁ କିପରି ଭାବରେ ଗୁରୁତ୍ୱ ଦେଉଛି ଓ କେଉଁ ଭଳି ଭାବରେ ଏହାର ପ୍ରତିକାର କରୁଛି ତାହା ଦେଖିବାକୁ ବାକି ରହିଲା ।

 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.