ଆମ୍ବ ଟାଙ୍କୁଆ ଗଳାରେ ଲାଗି ଯୁବତୀ ଗୁରୁତର : ବେଦାନ୍ତ ମେଡିକାଲରୁ ବିଷମକଟକ ସ୍ଥାନାନ୍ତର

ଲାଞ୍ଜିଗଡ଼,୪/୬ : ଆମ୍ବ ଖାଇବା ସମୟରେ ଗଳାରେ ଟାଙ୍କୁଆ ଲାଗି ଜଣେ ଯୁବତୀ ଗୁରୁତର ହୋଇ ପଡିଛନ୍ତି । ଘଟଣା ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମାଳିଯୁବଙ୍ଗ ପଞ୍ଚାୟତର ସୁନା ଖଡିକା ଗ୍ରାମର ।  ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ଯେ ଆଜି (ମଙ୍ଗଳବାର) ସକାଳେ ସୁନା ଖଡିକା ଗ୍ରାମର ଲାଞ୍ଜି ନାଏକଙ୍କ ଝିଅ ସୁମନ୍ତି ନାଏକ (୧୪) ଆମ୍ବ ତୋଟାକୁ ଆମ୍ବ ଗୋଟାଇ ବାକୁ ଯାଇ ସେଠାରେ ପାଚିଲା ଆମ୍ବ ଖାଉଥିଲା ସମୟରେ ତା’ଙ୍କ ଗଳାରେ ଆମ୍ବଟାଙ୍କୁ ଲାଗି ଯାଇଥିଲା। ଫଳରେ ଯୁବତୀ ଗୁରୁତର ଅବସ୍ଥାରେ ଘରକୁ ଆସି କହିଥିଲେ। ସଙ୍ଗେ ସଙ୍ଗେ ଭାଇ ଭୀମସେନ ନାଏକ ଓ କାକା ଶତ୍ରୁଘନ ନାଏକ ଏକ ବାଇକରେ ବେଦାନ୍ତ ମେଡିକାଲକୁ ଦିନ ୧ଟା ୩୦ରେ ଆଣି ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସୁମନ୍ତିଙ୍କ ଅବସ୍ଥା ଗୁରୁତର ହେବାରୁ ଦିନ ୨ଘଣ୍ଟା ୧୦ମିନିଟ ସମୟରେ ଆମର ମହାନ୍ତି, ସୁଶ୍ରୀ ମିଶ୍ର ଓ ଜଗନ୍ନାଥ ବାଗଙ୍କ ସହାୟତାରେ ବେଦାନ୍ତ ଆମ୍ବୁଲାନ୍ସ ଦ୍ଵାରା ରାୟଗଡ଼ା ଜିଲ୍ଲା ବିଷମ କଟକ ଖ୍ରୀଷ୍ଟିୟାନ ମେଡିକାଲଙ୍କୁ ସ୍ଥାନାରିତନ୍ତ କରାଯାଇ ଥିଲା। 

 

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.