କବିତା : ନିଦାଘ

ଋତୁ ପରି ଏଠି ବଦଳେ ମଣିଷ
ମହୀ କ୍ଷଣେ କ୍ଷଣେ ଆନ
ସ୍ଵାର୍ଥ ନିଦାଘର ଉଜାଣି ବହୁଛି
ତପ୍ତ ହୁଏ ମନ ପ୍ରାଣ ।

Omkar Vasthu
Omkar Vasthu

କାଲି ଯିଏ ଥିଲା ନିଜ ଠୁଁ ନିଜର
ସିଏ ଆଜି ସାତ ପର
ମଳୟ ପରଶେ ଥିଲା ଯାହା କାଲି
ଆଜି ତାହା ନାରଖାର ।

Pearl dental clinic
Near Ashish Medical Store, Bhawanipatna

ହିଂସା ଅସୂୟାର ଦାରୁଣ ନିଦାଘ
ମନରେ ବାନ୍ଧିଛି ବସା
ଏ ମଣିଷ ଆଜି ତା’ ଫାନ୍ଦରେ ପଡି
ହରାଏ ନିଜର ଦିଶା ।

Udyog Nursery
Udyogi Nursery

ହୁତୁହୁତୁ ଆଜି ଜଳେ ଏଠି ମନ
ଆନନ୍ଦ ଯାଇଛି ହଜି
ଶାନ୍ତିର ନୀଡ଼ଟା ଯାଇଛି ଭୁଷୁଡି
ଅଶାନ୍ତି ଝଡରେ ଭିଜି ।

ଆହେ ମହାପ୍ରଭୁ ବହିଣ ସୁଦୟା
ଏତିକି କରୁଣା କର
ଏ ମଣିଷ ମନେ ପ୍ରେମ ମନ୍ଦାକିନୀ
ବାରେ ପ୍ରବାହିତ କର ।

 

ବଳରାମ ତରାଇ

ଖୋର୍ଦ୍ଧା

 

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.