ଦିଲ୍ଲୀରୁ ସହରସା ଯାଉଥିବାବେଳେ ବୈଶାଳୀ ଏକ୍ସପ୍ରେସରେ ଲାଗିଲା ନିଆଁ, ୧୯ ଯାତ୍ରୀ ଆହତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ୧୨ ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ଅଘଟଣ ।  ଦିଲ୍ଲୀ-ଦରଭଙ୍ଗା ପରେ ବୈଶାଳୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ନୂଆଦିଲ୍ଲୀରୁ ସହରସା ଅଭିମୁଖେ ଯାଉଥିବା ବୈଶାଳୀ ଏକ୍ସପ୍ରେସ ଟ୍ରେନର ୬ନଂ କୋଚର ବାଥରୁମ୍ ରେ ହଠାତ୍ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡ ଯୋଗୁଁ ଟ୍ରେନରେ ଥିବା ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ ।  ପରେ ଟ୍ରେନ୍ ଅଟକାଇ ଏଥିରେ ଥିବା ଯାତ୍ରୀମାନଙ୍କୁ ଆଗ ବଗିକୁ ସ୍ଥାନାନ୍ତର କରାଯାଇଥିଲା  । ଏହା ପରେ ଇଟାୱା ରେଳ ଷ୍ଟେସନରେ ଟ୍ରେନ୍ ଟିକୁ ଅଟକା ରଖାଯାଇଛି । ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବାବେଳେ ଖବର ପାଇବା ପରେ ଘଟଣାସ୍ତଳରେ ରେଳବାଇ ଅଧିକାରୀ , ଜିଆରପି, ଆରପିଏଫ୍ , ଅତିରିକ୍ତ ପୋଲିସ ଅଧିକାରୀ ପ୍ରମୂଖ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଘଟଣାରେ ଆହତ ହୋଇଥିବା ୧୯ ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି  । ଗତକାଲି ଦରଭଙ୍ଗା ଏକ୍ସପ୍ରେସରେ ନିଆଁ ଲାଗିବାରୁ ୩ଟି ବଗି ଜଳିଯାଇଥିଲା । ଟ୍ରେନଟି ନୂଆଦିଲ୍ଲୀରୁ ଦରଭଙ୍ଗା ଅଭିମୁଖେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ଛଟ ପୂଜା ଯୋଗୁଁ ସମସ୍ତ ତିନୋଟି କୋଚରେ ଭର୍ତ୍ତି ଥିଲେ ଯାତ୍ରୀ। ଅଗ୍ନିକାଣ୍ଡ ଯୋଗୁଁ ୨୫୦ ଯାତ୍ରୀଙ୍କ ସମସ୍ତ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.