ଭାଙ୍ଗୁଛି ଧୈର୍ଯ୍ୟର ବାଡ, ୫ଦିନ ହେବ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ୪୦ ଶ୍ରମିକ

ଓଡ଼ିଆ ବାର୍ତ୍ତା/ ଉତ୍ତରାଖଣ୍ଡ: ଧିରେ ଧିରେ ଭାଙ୍ଗୁଛି ଧୈର୍ଯ୍ୟର ବାଡ । ଗତ ୪ଦିନ ହେବ ଅନ୍ଧାରି ମୁଲକରେ ଫସି ରହିଛି ୪୦ ଜୀବନ । ଆଜି ୫ମ ଦିନରେ ବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଫସି ରହିଥିବା ସେହି ଶ୍ରମିକମାନେ । ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲରେ ଗତ ୪ ଦିନ ଧରି ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ଇତି ମଧ୍ୟରେ ୧୦୦ ଘଣ୍ଟା ବିତିଲାଣି । ହେଲେ ଏଯାଏଁ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରୁନି । କେତେବେଳେ ଭୂସ୍ଖଳନ ଓ କେତେବେଳେ ମେସିନ ଖରାପ କାରଣରୁ ରେସକ୍ୟୁ ଅପରେସନ ବାଧାପ୍ରାପ୍ତ ହେଉଛି । ୬୦ ମିଟର ମାଟି ଧସିଥିବା ବେଳେ ଏ ପର୍ଯ୍ୟନ୍ତ ୨୦ ମିଟର ସଫା କରାଯାଇ ପାରିଛି। ପାଇପ ମାଧ୍ୟମରେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯୋଜନା ରହିଛି । ଫସିଥିବା ଶ୍ରମିକମାନଙ୍କ ପାଇଁ ଟ୍ୟୁବ୍ ମାଧ୍ୟମରେ ଅକ୍ସିଜେନ୍, ପାଣି, ଖାଦ୍ୟ ପ୍ୟାକେଟ୍ ଏବଂ ଔଷଧ ଯୋଗାଇ ଦିଆଯାଉଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି। ଏପଟେ ରେସକ୍ୟୁରେ ଉତ୍ତରପ୍ରଦେଶ ଓ ଝାରଖଣ୍ଡ ଟିମ୍ ସାମିଲ ଥିବା ବେଳେ ସେପଟେ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ବିଦେଶୀ ବିଶେଷଜ୍ଞଙ୍କ ସହାୟତା ଲୋଡ଼ାଯାଇଛି । ଥାଇଲାଣ୍ଡ୍ ଓ ନରଓ୍ବେର ବିଶେଷଜ୍ଞମାନଙ୍କ ସହାୟତା ମାଗିଛନ୍ତି ଉତ୍ତରାଖଣ୍ଡ ରାଜ୍ୟ ସରକାର । ନୂଆ ଡ୍ରିଲିଂ ମେସିନ୍ ଲଗାଇବା ପାଇଁ ପ୍ଲାଟଫର୍ମ ଲେଭେଲିଂ କାମ ଚାଲିଛି। ପାଇପକୁ ଆବର୍ଜନା ଭିତରକୁ ଠେଲି ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି । ୯୦୦ ମିଲିମିଟର ପାଇପ୍ ଶ୍ରମିକମାନଙ୍କ ପାଇଁ ଯଥେଷ୍ଟ ପ୍ରଶସ୍ତ ହେବ। ପ୍ଲାଟଫର୍ମକୁ ସୁଦୃଢ଼ କରିବା ପାଇଁ କଂକ୍ରିଟ କାମ ମଧ୍ୟ ଚାଲିଛି । ଫସିଥିବା ଶ୍ରମିକଙ୍କ ଭିତରେ ଓଡ଼ିଶାରୁ ୫ ଜଣ ଅଛନ୍ତି । ତେବେ କେବଳ ଯବାନ ନୁହେଁ ଏନଡିଆରଏଫ୍, ବିଆରଓ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ମଧ୍ୟ ଉଦ୍ଧାର କାମରେ ସହଯୋଗ କରୁଛନ୍ତି । ଷ୍ଟିଲ ପାଇପ ସହାୟତାରେ ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଇଥିଲା ବେଳେ ଏହାକୁ ବିରୋଧ କରି ଶ୍ରମିକମାନଙ୍କ ପରିବାର ପକ୍ଷରୁ ଘଟଣାସ୍ଥଳରେ ବିକ୍ଷୋଭ କରାଯାଇଛି। ସେମାନଙ୍କ ସ୍ଥିତି ସମ୍ପର୍କରେ କିଛି ସ୍ପଷ୍ଟ କରାଯାଉ ନଥିବାରୁ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢିଛି। ସୂଚନାଯୋଗ୍ୟ, ରବିବାର ଭୋର ପ୍ରାୟ ୫ଟା ସମୟରେ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ବ୍ରହ୍ମଖାଲ-ଯମୁନୋତ୍ରୀ ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ଟନେଲ ଆଂଶିକ ଭୁଶୁଡି ପଡିଥିଲା। ଏଥିରେ କାମ କରୁଥିବା ୪୦ ଜଣ କର୍ମଚାରୀ ଫସି ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.