ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ସାମ୍ବାଦିକ ସଂଘ ଆଜି ଆନ୍ତର୍ଜାତୀୟ ପ୍ରେସ ଦିବସରେ ନିଆରା ଢଙ୍ଗରେ ପାଳନ କରିଛନ୍ତି। କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିବା ସହିତ ଫଳ ପ୍ରଦାନ କରିଥିଲେ। ଏଥିରେ ଡାକ୍ତର ଶିବାଶିଷ ସ୍ଵାଁଇଙ୍କ ସମେତ ସମସ୍ତ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର କୁମାର ନାଏକ, ମାଧବ ସୁନାନୀ, ସଂଘ ସଭାପତି ଗଣେଶ ରାମ ବାଗ,ଶରତ ଚନ୍ଦ୍ର ସୁନାନୀ, ଭୋଜରାଜ ଛତ୍ରିଆ ପ୍ରମୁଖ ଫଳ ବଣ୍ଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।