ମମତା ଦିବସରେ ବନ୍ଦ ରହିଥିଲା ଭୂର୍ଷାଗୁଡା ଅଙ୍ଗନୱାଡି କେନ୍ଦ୍ର, ଅଙ୍ଗନୱାଡ଼ି କର୍ମୀଙ୍କ ଦେଖା ନାହିଁ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ଥିବା ମହିମା ପଞ୍ଚାୟତ ଭୂର୍ଷାଗୁଡା ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ୩ଦିନ ହେବ ଖୋଲୁ ନଥିବା ଲୋକ ଅଭିଯୋଗ କରିଛନ୍ତି। କେନ୍ଦ୍ର ବନ୍ଦ ଯୋଗୁଁ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳା ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ମହିଳା ମାନେ ପ୍ରକାଶ କରିଛନ୍ତି। ଏଠାରେ ଥିବା ଅଙ୍ଗନବାଡ଼ି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା ନିୟମିତ କେନ୍ଦ୍ର ଖୋଲୁ ନଥିବାବେଳେ ସୋମବାର ଠାରୁ ଏହି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ପଡ଼ିଛି। ଅଙ୍ଗନୱାଡି କର୍ମୀ କିମ୍ଵା ସହାୟିକାଙ୍କ ମଧ୍ୟ ଦେଖା ଦର୍ଶନ ନାହିଁ। ଫଳରେ ପ୍ରାକ୍ ବିଦ୍ୟାଳୟର କୋମଳମତି ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳା କେନ୍ଦ୍ରକୁ ଆସି ଫେରିଯାଉଛନ୍ତି। ମାସର ଚତୁର୍ଥ ବୁଧବାର ଶିଶୁଙ୍କୁ ଟୀକା ପ୍ରଦାନ କରିବା ବାଧ୍ୟତାମୂଳକ ରହିଥିବାବେଳେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ପଡିଥିବାରୁ ବୁଧବାର ଏନଏମ୍ ଓ ଆଶା ଦିଦି ଶିଶୁ ମାନଙ୍କୁ ବାରଣ୍ଡାରେ ଟିକା ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି କେନ୍ଦ୍ରରେ ଥିବା ଅଙ୍ଗନବାଡ଼ି କର୍ମୀ ନିୟମିତ ଏଭଳି ଅବହେଳା କରୁଥିବାବେଳେ ପୂର୍ବରୁ ମଧ୍ୟ ଛତୁଆ ବଣ୍ଟନ, ଅଣ୍ଡା ପ୍ରଦାନ ଭଲି ଅନେକ ଅଭିଯୋଗ ରହିଛି। ଗତବର୍ଷ ଗ୍ରାମବାସୀ ପକ୍ଷରୁ ସିଡିପିଓଙ୍କ ପାଖରେ ଅଭିଯୋଗ କରିବାପରେ କିଛି ଦିନ ପର୍ଯ୍ୟନ୍ତ କେନ୍ଦ୍ର ଠିକ୍ ଭାବରେ ଖୋଲା ରଖୁଥିଲେ। ଏବେ ପୁନଃର୍ବାର ଅବହେଳା କରି ଅଙ୍ଗନବାଡ଼ି କେନ୍ଦ୍ର ଖୋଲୁ ନଥିବାବେଳେ ମାସକ ମଧ୍ୟରେ ଅଧିକାଂଶ ସମୟରେ କେନ୍ଦ୍ର ବନ୍ଦ ରହୁଥିବା ଗ୍ରାମର ନକୁଲ ନାଏକ, ନନ୍ଦନା ଧଙ୍ଗଡାମାଝୀ, ବାସନ୍ତୀ ମେହେର, ଦିନମଣୀ କୁଚିଆ, ଦୁଶିଲା ଧଙ୍ଗଡାମାଝୀ, ସବିତା ବୋଡକିଆ, ଗୀତା ନାଏକ, ତିଲୋତ୍ତମା ଧଙ୍ଗଡାମାଝୀ ସମେତ ଅନେକ ମହିଳା ଅଭିଯୋଗ କରିଛନ୍ତି। ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଏନେଇ ଅଙ୍ଗନବାଡ଼ି କର୍ମୀ ପୁଷ୍ପାଞ୍ଜଳି ପଣ୍ଡାଙ୍କୁ ପଚାରିବାରୁ ଦେହ ଅସୁସ୍ଥ ହେବାରୁ ଛୁଟି ନେଇ ମେଡ଼ିକାଲ ଯାଇଥିଲି ବୋଲି କହିଛନ୍ତି। ସେହିପରି ଭାବେ କୋକସରା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀ ସରୋଜ ଲତା ଦେଇଙ୍କ ପ୍ରତିକ୍ରିୟା ନେବାରୁ ଗ୍ରାମବାସୀ ଏ ବିଷୟରେ ଲିଖିତ ଅଭିଯୋଗ କରନ୍ତୁ, ଛୁଟିରେ ଯାଇଛନ୍ତି କି ନାହଁ ସେ ବିଷୟରେ ସୁପରଭାଇଜରକୁ ପଚାରୁଛି ବୋଲି କହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.