ଆଦିବାସୀ ଜମି ଅନ୍ୟତ୍ର ବିକ୍ରି ପ୍ରତ୍ୟାହାର ପାଇଁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆଦିବାସୀଙ୍କ ଜମି ଅଣ ଆଦିବାସୀଙ୍କୁ ବିକ୍ରି କରିବା ସରକାରଙ୍କ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହୃତ କରିବା ପାଇଁ ବୁଧବାର କୋକସରା ବ୍ଲକ ଆଦିବାସୀ ସଂଘ ସଭାପତି ହେମନ୍ତ ମାଝୀଙ୍କ ନେତୃତ୍ୱରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୪ଦଫା ସମ୍ବଳିତ ଏକ ଦାବିପତ୍ର କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନାଙ୍କୁ ପ୍ରଦାନ କରାଯାଇଛି। ସରକାର ଯଦି ଆଦିବାସୀଙ୍କ ଜମି ବିକ୍ରି ଉପରେ ଦେଇଥିବା ନିଷ୍ପତ୍ତ ପ୍ରତ୍ୟାହୃତ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ବ୍ଳକ ଆଦିବାସୀ ସଂଘ ସଭାପତି ହେମନ୍ତ ମାଝୀଙ୍କ ସମେତ ଜିଲ୍ଲା ସାଧାରଣ ସମ୍ପାଦକ ଋତୁରାଜ ମାଝୀ, ବ୍ଲକ ସାଧାରଣ ସମ୍ପାଦକ ତ୍ରିନାଥ ଶବର, ଜିଲ୍ଲା ଉପ ସଭାପତି ନୀଳକଣ୍ଠ ମାଝି, ବ୍ଲକ ଉପସଭାପତି ଜୟଲାଲ ନାୟକ, ବ୍ଲକ ସମ୍ପାଦକ ଦୈତାରି ଭୋଇ, ମହିମା ସମିତି ସଭ୍ୟ ଘନଶ୍ୟାମ ନାଏକ, ଧର୍ମାନନ୍ଦ ନେଗୀ, ବାହାଦୂର ମାଝି, ମୁକ୍ତେଶ୍ଵର ନାୟକ, ଗଜାନନ ମାଝି, ହରେକୃଷ୍ଣ ନାଏକ, ଦେବରାଜ ଦଳପତି ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.